ଭାବ ଥରେ ଧୀର ମନରେ
ଭାବ ଥରେ ଧୀର ମନରେ
ଜନନୀ ଗରଭୁ ଯେବେ ଜନମ ହୋଇଲି
ଜନମ ଭୂଇଁରେ ମୁଁ ମୋ ପାଦ ତ ଥାପିଲି
ଭାବେ, ଦୁନିଆରେ, ଜନନୀ, ଜନମ ଭୂଇଁ
ସେମାନଙ୍କ ଠାରୁ ବଡ, ଆଉ କେହି ନାହିଁ
ଜୀବନର ଉଠା ପକା ପଥରେ ସେମାନେ
ହୁଅନ୍ତି ଶୀତଳର ମନ୍ଦାକିନୀ, ମୁଁ ହିଁ ମାନେ
ଅମା ଅନ୍ଧକାର ମଧ୍ଯେ କେବଳ ଏ ଦୁଇ ଜଣ
ସମସ୍ତ ଆଶାର ରୋଷଣୀ ହୁଅନ୍ତି ସଦା ଜାଣ
ମୋ ମାତୃଭୂମି,
କେତେ ଖଣିଜ ସମ୍ପଦ ପରିପୂର୍ଣ କରି ରଖିଅଛି
ଘଂଚ ବନ ଉପବନେ ଖାଦ୍ୟକୁ ସାଇତି ରଖିଛି
କଷ୍ଟ କରି ଚାଷ କଲେ ମାଟିରେ ସୁନା ଫଳିବ
ଜଳ ମୋହର ଅମୃତ, କ୍ଷେତ ମୋର ହସି ଉଠିବ
କାହିଁକି ମୋ ମା ମାଟିକୁ ପୁଂଜିପତିକୁ ବିକିବି ?
ପଳେଇବ ଅନ୍ୟ ଦେଶକୁ, ତାର ଚାକର ହୋଇବି
ଅଜାଗା ଘା' ଦେଖେଇ ହୁଏନି କି କହି ହୁଏନି
ମୋ କଥା ସତ କି ମିଛ ଭାବିଲେ ପାରିବ ଜାଣି ।।