ଭାବ ତ ବୁଝିବ
ଭାବ ତ ବୁଝିବ
କେତେ ପ୍ରାରବ୍ଧର ପାପ ଥିଲା ବାକି
ସୁଧ ମୁଳେ ଭୋଗ କରୁଛି
ଆଷାଢ଼ ଶ୍ରାବଣ ଏ ନୟନ ଦୁଇ
ଲୁହ ବରଷାରେ ଭିଜୁଛି l
ବଂଚିବା ମରିବା ସମାନ ହେଲାଣି
ଅଭିନୟ ଖାଲି କରୁଚି
ତଵ ପାଦ ପଦ୍ମେ ସମର୍ପି ଦେଇଛି
ଯାହା କିଛି ବାକି ରହିଛି l
ସଂସାର ଜଂଜାଳେ ଦୁଃସହ କଷଣ
ଭାଗ୍ୟ ଚକ୍ର ଖାଲି ବୁଲୁଛି
ଘନୀଭୂତ ମେଘେ ଚପଳା ଚମକେ
ହୃଦ ଅଶନୀରେ କମ୍ପୁଛି l
ପାଦ ଟଳମଳ ମନ ଅଗଣାରେ
ସ୍ମୃତି ଚିତା ସବୁ ଲିଭୁଛି
ମନ ଇଲାକାରେ ନୀରବ ଯନ୍ତ୍ରଣା
ଅଜାଗା ଘା'ସେ ହୋଇଛି l
ଭାବ ବିନୋଦିଆ ଭାବ ତ ବୁଝିବ
ଆଶା ଭରସା ମୁଁ ରଖିଛି
ଶେଷ କାଳେ ଦେଵ ସ୍ବର୍ଗଦ୍ୱାରେ ସ୍ଥାନ
ଏତିକି ମିନତି କରୁଛି ll
