STORYMIRROR

Madhusmita Prusty

Abstract

4  

Madhusmita Prusty

Abstract

ଭାବ ନିବେଦନ

ଭାବ ନିବେଦନ

1 min
248


ଯାଇ ନ ପାରୁଛି ଶ୍ରୀମନ୍ଦିର ତୁମ 

ଦର୍ଶନ ମୁଁ ପାଉନାହିଁ, 

ପତିତପାବନ ଦେଖିବା ମୋ ସ୍ୱପ୍ନ 

ମନରେ କୋହ ଆସଇ ।


ଛବିରେ ତୁମର ନିତ୍ୟ ସାକ୍ଷାତ୍କାର 

ହୁଏ ସିନା ଭାବଗ୍ରାହୀ, 

ଦାରୁ ମୁରତିର ଦିବ୍ୟ ଭବ୍ୟ ରୂପ 

କେଵେ ମୁଁ ଦେଖିବି ସାଇଁ ।


ବଡଦାଣ୍ଡେ କେଵେ ପାଦ ମୋ ପଡିବ 

ଗଣୁଥାଏ ଦିନ ମୁହିଁ, 

କେଵେ ଟାଣିନେବ ପାଖକୁ ତୁମର 

ଭାବର ଡୋରୀ ଲଗାଇ ।


ଅକିଞ୍ଚନ ମୁହିଁ ଟିକି ଭକ୍ତି ମୋର 

ହୃଦୟ ମୋ ରତ୍ନବେଦୀ, 

ଭକ୍ତି ପୁଷ୍ପ ଭାବ ନୈବେଦ୍ୟ ସମର୍ପି 

ପୂଜୁଅଛି ପ୍ରେମେ ଭିଜି ।


କେଵେ ଦୟାହେବ ମୋପରେ ତୁମର 

ତରଳିବ କେଵେ ମନ, 

ଦୁଃଖ ଦରିଆର ସାଗର ଭିତରୁ 

କେଵେ ଉଦ୍ଧାରିବ ପ୍ରାଣ ।


ଲୋଡ଼ୁନାହିଁ ଧନ ଐଶ୍ଵର୍ଯ୍ୟ ପ୍ରାଚୁର୍ଯ୍ୟ 

ତୁମେ ଜାଣ ମୋର ମନ, 

ତୁମ ଭରସାରେ ତୁମ ପାଦତଳେ 

ସମର୍ପିତ ମୋ ଜୀବନ ।।


Rate this content
Log in

Similar oriya poem from Abstract