Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Romance Tragedy

3  

Prabhati Mahapatra

Romance Tragedy

ଭାବ ବଣିକ

ଭାବ ବଣିକ

1 min
195


ଗୋଟିଏ ହାଟରେ ବେପାର କରିଲେ

ବାଣ୍ଟି ନେଲେ ଲାଭ କ୍ଷତି

ତୁମେ ଚାଲି ଗଲ ବିପରୀତ ଦିଗେ

ଥରାଇ ହୃଦୟ ଛାତି ।


ତରାଜୁରେ ସିନା ଧନ ତୋଳୁ ଥିଲ

ନଥିଲା ସେଥିରେ ଧ୍ୟାନ

ତୁମର ଅଲକ୍ଷ୍ୟେ ମାପୁ ଥିଲି ବସି

ତୁମରି ଅମାପ ମନ ।


ଅମୂଲ୍ୟ ରତନ ହୃଦେ ପରିପୂର୍ଣ୍ଣ  

ତାହାକୁ ପାଇଛି ଖୋଜି

ସତେ କି ଶାମୁକା ଭିତରେ ମୁକୁତା

ବିଧି ଖଞ୍ଜି ଦେଲା ସୃଜି ।


ଭାବର ବଣିକ ଦୁଇ ଦିନ ସାଜି

କାଢି ନେଲ ମୋର ନିିଦ

ତୁମ ଅଜାଣତେ ସହୁଛି କେତେ ମୁଁ

ବିରହ ଝଙ୍କାର ନାଦ ।


ସବୁ କିଛି ସିନା ବେପାର ପାଲଟେ

ପ୍ରେମ ହୁଏ ନାହିଁ ବିକା 

ଯେଉଁ ପ୍ରେମ ଥରେ ନିଲାମରେ ଯାଏ

ପରିଶେଷେ ରୁୁୁହେ ଏକା ।


ଯେଉଁ ରାଇଜରେ ଯେବଣ ବିପିିିିଣେ

କର ତୁମେ ବ୍ୟବସାୟ

ତହିଁରେ ଦେଖିବ ତୁୁମ ହୃଦୟରୁ

ମୋ ଠାରେ ଲାଗିିିଛ ଲୟ ।


ହାକୁଳିବିକୁୁୁଳି ମନେ ଢେଉ ଖେଳେ

ହୁଅନ୍ତି କି ମହାଜନୀ

ତୁମ ହାତ ସ୍ପର୍ଶ ମହଙ୍ଗା ହେଲେ ବି

ତେବେ ବି ନିଅନ୍ତି କିଣି ।


ପାସୋରି ନାହିଁ ମୁଁ ଅପାସୋରା ସ୍ମୃତି

ହେଉ ମୋ ବିରହ କଷ୍ଟ

ପ୍ରେମ ବ୍ୟାଧି ପରା ଝୁରିଲେ ଖଣ୍ଡିବ

ଅଦ୍ଭୁତ ପ୍ରକାର ରିଷ୍ଟ ।



Rate this content
Log in

Similar oriya poem from Romance