STORYMIRROR

Puspanjali Panda

Abstract

3  

Puspanjali Panda

Abstract

ବେସୁରା ଗୀତି

ବେସୁରା ଗୀତି

1 min
167

ବେସୁରା ଗୀତିର ଲୟରେ

ବେତାଳରେ, ନାଚୁଥାଏ

ସମୟ ସାଉଣ୍ଟୁଥାଏ

ଶେଷଦୃଶ୍ୟର ସାମିଆନା

ଅପେକ୍ଷାଟେ ଦୌଡୁଥାଏ

ବେଖାପ ଧାପରେ 

ମୁଦିହେଉଥାଏ ଜୀଵନ

ତଥାପି ବେସୁରା ଜୀବନରେ

ବଞ୍ଚିଵାର ସୁଆଦ

ମହର ମହାର୍ଘ୍ୟ

ଏଠି ଯଦିଓ ମୃତ୍ୟୁ ସ୍ଥିରିକୃତ।।


କାନକୁ ଭଲ ଶୁଭେନା

ଆଖିକୁ ଭଲ ଦିଶେନା

ପକ୍ୱ ପଳିତ କେଶରେ

ଗାଇଚାଲିଥାଏ

ବେସୁରା ରାଗିଣୀ

ବୋଲୁଥାଏ ଏକାଏକା

ଚାଲୁଥାଏ ଏକାଏକା

ବିସିଷ୍ଟ ଗିତୀକାରର ଗୀତ

ରେ ଆତ୍ମନ୍। ନିଦ୍ରା ପରିହର.....

ଏଠି ଯଦିଓ ବେଯୋଡ଼ ସଂସାର।।


ବୁଝାପଡେନି ସେ ଗୀତର ଭାବାର୍ଥ

ଜୀବନର ପରମାର୍ଥ ବି

ଜୀବନ ସୁରରେ ଗାଉଛି

ନା ବେସୁରା,

ନାଚୁଛି ତାଳରେ ନା ବେତାଳରେ

ହସୁଛି ଖୁସିରେ ନା ଯନ୍ତ୍ରଣାରେ

ସବୁକିଛି ପରେ ବି

ମନାସୁଥାଏ ଅମର ଜୀବନ।

ଜୀଇବାର ଅଦ୍ଭୁତ ଜିଦ୍

ହେଲେ ସହଜ କି ମୃତ୍ୟୁକୁ ଟାଳିବା...!!

ସୁରରେ ଜୀବନ କାଟିବା..!!

ଦଶା କଶା ତିକ୍ତ ତେରର

ଉତ୍ସବ ପରେ ବି

ଜୀବନ ଦୌଡୁଥାଏ

ସମୟ ଗୋଟାଉଥାଏ ଆୟୁଷ

ମୃତ୍ୟୁ ଚାଲୁତାଏ ପଛେ ପଛେ

ଜୀବନ ଜୋରରେ ଟାଣୁଥାଏ

ହଳାହଳବିଷ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract