STORYMIRROR

Bijay Prusty

Romance Abstract Others

2  

Bijay Prusty

Romance Abstract Others

ବେସୁରା ଗୀତି-୭୪୩

ବେସୁରା ଗୀତି-୭୪୩

1 min
13.4K


ବର୍ଷା ତୁ ପରା ଅଜଣା ପଥଟେ

ସୀମାହୀନ ଏକ ମନ

କା ପାଇଁକି ତୁହି ଝର ଝର ଝରୁ

କା ପାଇଁକି ଦିବା ସ୍ଵପ୍ନ ॥

ଅଶୁଣା ପଥ ର ଅଜଣା ପଥିକ

ଖୋଜେ ତୋତେ ମନେ ମନେ

ଆଶା ବାନ୍ଧିଛି ସେ ତୋର ପ୍ରୀତି ଛୁଆଁ

ପାଇବ ଦିନେ ନା ଦିନେ ॥

ସତ୍ୟର ପଥରେ ଚାଲିବା କଠିନ

ତୁ କି ଏହା ଜାଣି ନାହୁଁ

ତୁ ତ ମାୟାବିନୀ ମିଥ୍ୟାର ସରଣୀ

ଏ କଥା ଜାଣିବୁ କାହୁଁ ॥

ତଥାପି ଭରସା ଅଛି ତୋ ଉପରେ

ହଠାତ ବରଷି ଯିବୁ

ବିରହୀ ଆଖିର ସବୁ ତକ ଲୁହ

ତୋ ହାତରେ ପୋଛି ନେବୁ ॥

ସେହି ଦିନକୁ ମୁଁ କରିଛି ପ୍ରତିକ୍ଷା

ବର୍ଷିବୁ ତୁ ନିୟମିତ

ଶୀତଳ ହୋଇବ ଉତ୍ତପ୍ତ ଏ ଧରା

ସଭିଙ୍କର ହେବ ହିତ ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance