STORYMIRROR

Satyabati Swain

Classics

4  

Satyabati Swain

Classics

ବେପାରୀ

ବେପାରୀ

1 min
359


ଜୀବନ ସଉଦା କରିବା ପାଇଁ

ସଂସାର ହାଟରେ ବେପାରୀ ମୁହିଁ

ହୋଇଛି ଓଟ

ଭିନ୍ନ ଭିନ୍ନ ଚରିତ୍ରେ କରୁଛି ନାଟ।


ବିକୁଛି ଅଳପ କିଣୁଛି ବେଶୀ

ଲୁହ କୋହକୁ ହୃଦୟେ ନେସି

ଭିଡରେ ଏକା

ସାହା ହେବାପାଇଁ ଜଣେ ସଖା।


ସମ୍ପର୍କର ବୋଝ ବହୁଛି ନିତି

ସପନ ଦେଖାରେ ବିତିଛୁ ରାତି

ସରେ ପଇସା

ସଉଦା ସରେନା ପୁରେନି ଆଶା।


ଯେତେ ମିଳଇ ଆହୁରି ଚାହେଁ

ଶୋଷ ମରେ ନାହିଁ ଯେତେ ପିଏ

ବଢେ ଆୟୁଷ

ତଥାପି ମରେନା ପ୍ରାପ୍ତିର ଶୋଷ।


ତଟକା ସୁନ୍ଦର ଯେତିକ ଚିଜ

ବାଛି ବାଛି କିଣେ ପରିବା ସଜ

ଅନ୍ୟ ପାଇଁ

ବାସି ପୋକରା ବାଛଇ ମୁହିଁ।


ଭାରି ସ୍ୱାର୍ଥପର ମୂଢ ଏ ମତି

କି କିଣେ କି ବିକେ ଦିନ ରାତି

ନପାରେ ଜାଣି

କି ବେପାର କରେ କାହିଁକି ପୁଣି!


ଆସିଥିଲି ଖାଲି ଯିବି ତ ଖାଲି

ଏତେ ଅଜ୍ଞାନ କେମିତି ହେଲି

ଭୁଲିଲି ସବୁ

ଅନିତ୍ୟ ସୁଖ କରିଲା କାବୁ।


ତେଲ ସରି ଯିବ ଦୀପ ଲିଭିବ

ଦିନ ଯାଇ ସନ୍ଧ୍ୟା ଘଣ୍ଟି ବାଜିବ

ଫେରି ଯିବି

ଭାବୁଛି ସାଥିରେ କଣ ନେବି !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics