STORYMIRROR

Shiba Charan Mahapatra

Inspirational

3  

Shiba Charan Mahapatra

Inspirational

ବେନାମୀ ସମ୍ପର୍କ

ବେନାମୀ ସମ୍ପର୍କ

1 min
197

ଯେବେଠୁ ବାନ୍ଧିଛି ରେଶମୀ ପଣତେ  

ବେନାମୀ ସମ୍ପର୍କ ଡୋର

ସେବେ ସେଇଦିନୁ ଜୀବନ ସଙ୍ଗୀତ 

ଲାଗୁଛି ଭାରି ମଧୂର..!


ସ୍ନେହ ମମତାର ତାରକସୀ ପାଟ 

ତା ଦେହ ପିନ୍ଧେଇ ଦେଇ

ସଜେଇ ରଖୁଛି ଚନ୍ଦ୍ରମଲ୍ଲୀ ହସ 

ସମ୍ପର୍କ ଅଧରେ ପାଇଁ..! 


ନାମ ଦେଲେ କିବା ସାର୍ଥକ ହୁଏ

ବେନାମୀ ସମ୍ପର୍କ ଆମ

ନାମ ବିନା ବନ୍ଧୁ ବଞ୍ଚିତ ହୁଏ କି 

ସ୍ନେହ ଶ୍ରଦ୍ଧା ଆଉ ପ୍ରେମ..!?


ପ୍ରତିଦାନ ବିନା ଜହ୍ନ କଇଁ ଦେଖ

ନିରବେ ସମ୍ପର୍କ ରଖି

ସାରା ଦୁନିଆରେ ଜ୍ୱଳନ୍ତ ପ୍ରେମର

ସାଜନ୍ତି ଜୀବନ୍ତ ସାକ୍ଷୀ..!


ସେଲାଗି ସହେ ମୁଁ ପଥର ପରାୟ 

ଦୁଃଖ କଷ୍ଟ କଣ୍ଟାଘାତ

ସମ୍ପର୍କ ବିହୁନେ ଏ ସାରା ଦୁନିଆ

ଲାଗେ ବୋଲି ଡାହା ମିଛ..!


ପବିତ୍ର ସମ୍ପର୍କ ଅତୁଟ ରଖ ହେ

ମଣିଷ ଜାତିର ପୁତ୍ର 

କଳଙ୍କ ଅଧ୍ୟାୟେ ଇନ୍ଦ୍ରଧନୁ ରଙ୍ଗେ 

ବଦଳାଇ ମାନଚିତ୍ର..!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational