STORYMIRROR

Kalish Chandra Parhi

Abstract

3  

Kalish Chandra Parhi

Abstract

ବେଳଥାଉଁ ବାନ୍ଧବନ୍ଧ

ବେଳଥାଉଁ ବାନ୍ଧବନ୍ଧ

1 min
285

କାହିଁକିରେ ମନ

       ପାଗଳା ହେଉ

କେଉଁ ସୁଖେ ଗୋଡ଼

       କଚାଡୁ଼ଥାଉ

ବେକରେ ଲାଗିଛି

        ଟାଣ ଦଉଡି଼

ଯେତେ ଯାହାକଲେ

        ଯିବନି ଛିଡି଼

ସଂସାର ବୋଲିତୁ

        କାହାକୁ କହୁ

ମିଛରେ ମିଛରେ

         ଦଉଡୁ ଥାଉ

ଥକିଗଲେ ସବୂ

         ଯିବଟି ସରି

ଦେହ ହାତ ସବୁ

         ଯିବଟି ଘାରି

ଆଖିରୁ ଗଡି଼ବ

         ତତଲା ଲହୁ

ପଚାରିବେ ନାହିଁ

         କେହିଟି ଆଉ

ଯେଝା ସୁଖେ ଯେଝେ

         ଥିବେରେ ମାତି

ତୋ ଭାଗ୍ୟେ ଘୋଟିବ

         ଅନ୍ଧାର ରାତି

ବନ୍ଧ ବାନ୍ଧ ବାବୁ

         ବେଳଟି ଥାଉଁ

ବେଳଗଲେ କିଛି

         ନଥିବ ଆଉ

ମାୟା ମରୀଚିକା

         ପଛେ ନ ଧାଆଁ

ତୁଣ୍ଡେ ହରିନାମ

         ମଧୁରେ ଗାଆ

ପାପ ଚିନ୍ତା ଯେତେ

        ମନରୁ ଯାଉ

ପବିତ୍ର ଭାବନା

        ଉଦୟ ହେଉ

ସଂସାର ଲାଗିବ

        ସରଗ ପରି

ତେବେ ତୁ ମନରେ

        ଯିବୁଟି ତରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract