STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ବେଳେବେଳେ

ବେଳେବେଳେ

1 min
3.1K

ବେଳେବେଳେ ଇଚ୍ଛା ହୁଏ

ଉଡ଼ିବି ନୀଳ ଆକାଶେ

ମୁକ୍ତ ବିହଙ୍ଗ ହୋଇ

ନୀଚମନା ନ ହୋଇ

ଭୁଲିଯାଇ ଅଯଥା ସାମାଜିକ କଟକଣା

ଭାଙ୍ଗିଦେଇ ଜାତିଫାତି ର କୁସଂସ୍କାରୀ ଭାବନା

ମାନି କେବଳ ଗୋଟିଏ ଜାତି

ମଣିଷ ଜାତି

ଧର୍ମ ଜାଲରେ ମୁକ୍ତ ହୋଇ

ବାଣ୍ଟିବି ପ୍ରେମର ସନ୍ଦେଶ

ନ ଥିବ ଦ୍ଵନ୍ଦ

କି ଏକତରଫା ନିୟମ

ଆଉ

କାମଚଲା ସଂସ୍କାର

କରିବି କାମ

ବିବେକକୁ ମାନି

ସାରିବି ଜୀବନ ଦୁଃଖୀର ଦୁଃଖରେ ସାମିଲ ହୋଇ

ପୁଣି ହାରିବି ଜୀବନ

ଦେଶ ପାଇଁ

ମାତୃଭୂମି ମାଆ ପାଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract