STORYMIRROR

Bela Bhumi

Inspirational

2  

Bela Bhumi

Inspirational

ବେଳାର ବିଦାୟ ବେଳେ

ବେଳାର ବିଦାୟ ବେଳେ

1 min
13.6K


ନଥାଉ କୋକେଇ ସାଥେ

ରାମ ନାମ ଧ୍ୱନୀ

ନଥାଉ ବିଦାୟବେଳେ 

ସମଗ୍ର ମେଦିନୀ,

ତଥାପି ଏ 'ବେଳା' ପାଇଁ

କାନ୍ଦିବ ଅବନୀ

ମଳୟ ସଙ୍ଗରେ ଥିବ

ମହକକୁ ଘେନି,

ଝରା ଶିଉଳିରେ ଭରା

ଯିବା ପଥ ଥିବ

ବିନ୍ଦୁବିନ୍ଦୁ ଶିଶିରକୁ

ଉଷା ଢାଳୁଥିବ,

ସ୍ୱର୍ଗଦ୍ୱାରେ ଲାଗିଥିବ 

ଗହଳ ଚହଳ

ଶ୍ରୀମନ୍ଦିରେ ବାଜୁଥିବ

ଖୋଳ କରତାଳ, 

ଜହ୍ନବୀର ସ୍ରୋତ ଥିବ

ମନ୍ଥର ଗାମିନୀ

ପାହି ପାହି ଆସୁଥିବ

ନିସଙ୍ଗ ରଜନୀ,

ଯାଉଥିବ 'ବେଳା' ଶେଷ 

ବିଦାୟ ଜଣାଇ

ଛଳ ଛଳେ ନଇଁ ଥିବ

ପ୍ରୀତି ଆଖି ଦୁଇ ।।

ତପନ ଦୀକ୍ଷିତ(ବେଳାଭୂମି)

24.10.2017




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational