STORYMIRROR

Rajashree Acharya

Abstract

3  

Rajashree Acharya

Abstract

ବେଳାଭୂମି ରେ ତୁମେ

ବେଳାଭୂମି ରେ ତୁମେ

1 min
310

ବେଳାଭୂମି ତୀରେ

ବେଳାଭୂମି ତୀରେ କରିଛି କେତେ ଅପେକ୍ଷା

ଅପେକ୍ଷା ତାର ବନ୍ଧବାଡ଼ ଭାଙ୍ଗି ଚାଲିଗଲାଣି

ତୁମ ଉପେକ୍ଷା ର ଶେଷ ସୂତ୍ର ଆଜି ଧରି

ମୋ ପ୍ରେମ ର ସୌଧ ବେଳାଭୂମି ଜଳେ ବୁଡ଼ିଗଲାଣି


ସ୍ବପ୍ନ ର ବାଲି ଘର ତୀକ୍ଷ୍ଣ ବର୍ଷା ବିନ୍ଦୁ ରେ ଧସି ଗଲାଣି

ଆଖିର ଅଶ୍ରୁ ବାଟରେ ଅଟକି ଶୁଖି ଗଲାଣି

ମନ ସିନ୍ଦୁକ ରେ ତୁମ ଶେଷ ସନ୍ତକ ରଖିଦେଇଛି

ଉଦ୍ଧତ ଢେଉ ତୁମ ଆଡ଼କୁ ଟାଣି ନେଲାଣି


 ମୁଁ ବସିଛି ସେଇଠି ସେମିତି ବେଳାଭୂମିରେ

ରାତ୍ରି ର କୃଷ୍ଣ କରାଳ ମାୟା ରେ ଭୟ ମାଡ଼ିଲାଣି

ଶାନ୍ତ ସରଳ ମନ ରେ ଚଞ୍ଚଳ ଢେଉ

ବୋଧ ହୁଏ ସେପଟେ ଢେଉ ମାଳରୁ ତୁମେ ଆସିସରିଲାଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract