STORYMIRROR

pranati Mahapatra

Inspirational

4  

pranati Mahapatra

Inspirational

ବେଳ ଥାଉ ବାନ୍ଧ ବନ୍ଧ

ବେଳ ଥାଉ ବାନ୍ଧ ବନ୍ଧ

1 min
509

ଅମୂଲ୍ୟ ସମ୍ପଦ ଏ ଧରାରେ ଯାହା

ଜଳ ଯେ ତାହାର ନାମ,

ଜଳ ହିଁ ଜୀବନ ଜଳ ବିନା କେହି

ତାର ସୁରକ୍ଷା ହିଁ ଆମ କାମ।

ଜୀବନ ଧାରଣ କରେ ବୃକ୍ଷ ଲତା

ନର ପଶୁ ପକ୍ଷୀ କୀଟ,

ବୃକ୍ଷ ତରୁ କେତେ ଜୀଇଁ ରହିଛନ୍ତି

ଦେଖାଇ ଜୀଇବା ବାଟ।

ଅବୁଝା ମଣିଷ ବୁଝେନାହିଁ ସିନା

ଜଳ ଅପଚୟ କରେ,

ସମୟ ଆସିବ ଶୁଖିଯିବ ଧାରା

ଆଜି ଠୁ ବିଚାର କରେ।

ସବୁ ମିଳିଯିବ ଖୁବ୍ ସହଜରେ

ଜଳ ତ ମିଳିବ ନାହିଁ,

ବେଳ ଥାଉ ବନ୍ଧ ବାନ୍ଧ ବନ୍ଧୁମାନେ

କିଆଁ ବୁଦ୍ଧି ଶୂନ୍ୟ ଥାଅ ଚାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational