STORYMIRROR

Pranati Mahapatra

Inspirational

0.6  

Pranati Mahapatra

Inspirational

ବେଦନା

ବେଦନା

1 min
14.7K


ବେଦନା


ଆଖି ଲୁହ ସିନା ଓଠ ପିଇଯାଏ

ଓଠ କହେ ହୃଦୟକୁ,

ହୃଦୟ ବେଦନା ଆତ୍ମା ବୁଝେ ସିନା

ନ ପାରେ କହି କାହାକୁ।

ଦୁଇ ଟୋପା ଲୁହ ଝରାଇ ଦେଇ ସେ

ମହାଶାନ୍ତି ପାଏ ସିନା,

ଗୁମୁରି ଗୁମୁରି ମରମ ପୋଡେ ତା

ଜମ୍ମା ପାଶୋରି ପାରେନା।

ଅଭାବ ତ ଆଜି ସଭିଙ୍କ ପାଖରେ

ସ୍ନେହ, ଶ୍ରଦ୍ଧା, ଦୟା, କ୍ଷମା,

ଅହଂକାରେ ବୁଡି ଭୁଲିଯାଇ ସିଏ

ପାପ କରୁଥାଏ ଜମା।

ଅଳିକ ସୁଖରେ ଅର୍ଜନ କରେ

ସାତ ଜନମର ଦୁଃଖ,

ପାପପଙ୍କେ ଯେବେ ଘାଣ୍ଟି ହେଉଥାଏ

ଭାଳୁଥାଏ ପୂର୍ବ ସୁଖ।

ଛାର ଶରୀରର ଭୋଗ ବିଳାସରେ

ମାତି ପାଉ କି ବେଦନା;

ହରି ପାଦପଦ୍ମେ ଧ୍ୟାୟିଥିଲେ ପ୍ରାଣ

ମୋକ୍ଷ ପାଇଯିବୁ ସିନା।

ନ ହେଲେ ଖାଲି ବେଦନା,

ନହେଲେ ଖାଲି ବେଦନା।


ପ୍ରଣତି ମହାପାତ୍ର

ବାଲେଶ୍ଵର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational