STORYMIRROR

Sanjukta Padhi

Tragedy

3  

Sanjukta Padhi

Tragedy

ବେବୀ

ବେବୀ

1 min
227


ତୁ ଯିବାପରେ ............

କେହି ଵି ଭୁଲୁନି ଲୋ ତୋତେ

ଏତେ ଯେ ତରତର ହେଲୁ

କାହିଁ ଯିବାକୁ ସେ ଜଗତେ,

ସ୍ୱର୍ଗରେ ବୋଧେ ପରୀ ମାନେ

ରଖିଥିଲେ ତାଙ୍କ ନିଜ ଧ୍ୟାନେ

ମିଶାଇବା ଲାଗି ନିଜ ଗହଣେ ।

ତୋ ଗୋରୀ ତକତକ ଗୋଲେଇ ମୁହଁ

ନାଲି ଟୁକୁଟୁକୁ ହସର ସୁଅ

ସବୁବେଳେ ପରା ପୁରି ଉଠଇ

ବନ୍ଧୁ ମହଲରେ କୁନି ସହର ।

ସବୁ ଆଖିରେ ତୋ ଅପାସୋରା ତୋରା

ଏଇ ଗୀତଟିକୁ ଯିଏ ଲେଖିଥିଲା

ତୋ ଛବିଟିକୁ ଜାଣିଶୁଣି ପରା -

ବେବୀ ଏକ ଗେହ୍ଲା ଝିଅ

ନାଲି ଗୁଲ୍ ଗୁଲ୍

ବାହା ହେବାପାଇଁ ତାର

ମନଟା ଚୁଲୁଵୁଲୁ ।

ଅନେକ ଦିନ ପରେ ଦେଖାହୁଏ

ତୋ ସହ ଯେବେ ବରଗଡ଼ ସହରରେ

ଗୋଟିଏ ଜାଗାରେ ଥିଲେ ଅଜାଣତରେ,

ଚାହିଁ ଥିଲି ତୋ ଘରକୁ ଯିବାକୁ

ତର ଦେଲୁ ନାହିଁ ଆଉ ଭେଟିବାକୁ

ସାଙ୍ଗ ସୁଜାତା ଦେଲା ତୋ ଛବି ବାର୍ତ୍ତା

ସୀମନ୍ତରେ ତୋ ଉଜ୍ଜ୍ୱଳ ସିନ୍ଦୂର ଗାର

ମଥାରେ ବିନ୍ଦୁଟି ଦିଶେ ସୁନ୍ଦର,

ହେଲେ ତୋ ନାଲି ଟୁକୁଟୁକୁ ଓଠ

ପଡ଼ି ଯାଇଛି ସମ୍ପୂର୍ଣ୍ଣ କଳାକାଠ...

ଆମକୁ କେମିତି ଯେ ପରକଲୁ

ଏତେ ନିବିଡ ତା ଭିତରେ ବି ତୁ

କିଛି ନ କହି ଚୁପ୍ ଚାପ୍ ଚାଲିଗଲୁ,

ବନ୍ଧୁ ମହଲରେ ତୁ ଆମ ସଞବତୀ

ଅହ୍ୟ ସୁଲକ୍ଷଣୀ ସୌଭାଗ୍ୟବତୀ

ଯେଉଁଠି ରହୁଛୁ ଭଲରେ ରହ

ତୋ ହସ ପାଖୁଡ଼ା ପରଷୁ ଥାଅ ।

ମେଘାଲିର ବ୍ୟଥା ବେଦନାକୁ

ଗୀତା ଜଣାଉଛି ସବୁ ପ୍ରିୟଜନଙ୍କୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy