STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ବୋଧେ, ଶାନ୍ତି ଫେରିବ

ବୋଧେ, ଶାନ୍ତି ଫେରିବ

1 min
13.3K


ଏମିତି ହୁଅନ୍ତା କି

ଅନ୍ତତଃ...

ଗୋଟିଏ ଦିନ ପାଇଁ

ଆମେ ଭୁଲିଜାନ୍ତେ ପୁରୁଷତ୍ଵ

ଏମିତି କଳ୍ପନାରେ ହିଁ

ଉପଲବଧ୍‌ କରନ୍ତେ, ସବୁକିଛି...

ନାରୀ, ଛେଲି, କୁକୁଡା

ଘୋଡା, ଗାଈ, ବଳଦ ହେବାର।

ମିଛରେ ହେଲେ ବି ସଭିଏଁ ଜଳନ୍ତେ

କଳ୍ପନାର ନିଆଁରେ

ପରଖନ୍ତେ ଦହନର ଜ୍ୱଳନ

ଅନଭବୁ କରନ୍ତେ ବଳାତ୍କାର ଓ

ହତ୍ୟାର ଚିତ୍କାର

ସବୁ ମଦ୍ୟପ ଶିଶୁ ହୋଇଯାନ୍ତେ

ନକ୍ସଳ ଫିଙ୍ଗି ଦିଅନ୍ତେ ଅସ୍ତ୍ର

ତା’ପରେ ବଦଳଯିବି ସମୟର ସ୍ୱର

ବୋଧେ, ଶାନ୍ତି ଫେରିଆସିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics