STORYMIRROR

Rabindra kumar Sahoo

Abstract Action Crime

3  

Rabindra kumar Sahoo

Abstract Action Crime

ବଦନାମ୍ ଗଳି

ବଦନାମ୍ ଗଳି

1 min
136


ବେଶ ହେଉଥାଏ ଭଳି କି ଭଳି

ଦେହ ବ୍ୟବସାୟ

ନିଶା ବେପାରୀଙ୍କ ସେ ବାସ ସ୍ଥଳୀ

ଅନ୍ୟାୟ ଅନୀତି ଦୁର୍ନୀତି ରେ

ପରିପୂର୍ଣ୍ଣ ସେ ଗଳି

ଅଟଇ ପରା ସେ ବଦନାମ୍ ଗଳି ।


ଯେତେ ହୋଇଥାନ୍ତୁ କାଳି କୋତରୀ

ବେଶ ବାନ୍ଧି ସାଜି ଯାଆନ୍ତି

ଗୋରୀ ସୁନ୍ଦରୀ

ପୁରୁଷ ଭ୍ରମର ଜାତିକୁ

ତାଙ୍କ ରୂପ ସାଜ ସଜ୍ଜା ରେ

ଦିଅନ୍ତି ସେମାନେ ପାଗଳ କରି

ପୁରୁଷ ପ୍ରବଳ ତାଙ୍କ ରୂପରେ

ହୋଇ ପାଗଳ

ଭୁଲନ୍ତି ତାଙ୍କ ପିଲା ଛୁଆ ସଂସାର

ତା ପରେ ସଜାନ୍ତି ନିଜକୁ ନିଶାଖୋର

ଦେହ ବେପାରୀ ଓ ନିଶା ବେପାରୀ

ସାମାଜିକ ପରିବେଶକୁ ଦୂଷିତ କରି

ତିଆରି କରନ୍ତି ସ୍ଥାନେ ସ୍ଥାନେ

ବଦନାମ୍ ଗଳି ।


ନାନା ରୂପେ ନାନା ରଙ୍ଗେ

ସଜାଇ ନିଜକୁ ସତେ କି ପରୀ

ଭେଳା ଭେଳା ହୋଇ ବୁଲନ୍ତି

ହୋଇ ଦେହ ବେପାରୀ

ସତେ କି ଅଟନ୍ତି ବିଶ୍ଵ ସୁନ୍ଦରୀ

ପ୍ରେମ ପାଗଳ ମାନେ

ତାଙ୍କ ପ୍ରେମ ନିଶାରେ ପଡି

ସଂସାର ଉଚ୍ଛନ୍ନ ତାଙ୍କ ଦିଅନ୍ତି କରି

ସେ ପରା ରୂପ ସମ୍ଭାରର ମାୟା ନଗରୀ

ପ୍ରେମ ଓ ନାନା ନିଶା ବେପାରୀ

ତାଙ୍କ ଦେହ ଓ ମନର ଭୋକ

ମେଣ୍ଟାଇବାକୁ ତାଙ୍କ ନିଜସ୍ଵ ସୁଖ

ଅଭାବେ ସ୍ଵଭାବ ହରାଇ କେତେକ

ପ୍ରତି ସହରେ ନଗରେ

ନିର୍ମାଣ କରନ୍ତି ବିଭିନ୍ନ ସ୍ଥାନେ

ବଦନାମ୍ ଗଳି ଖାଲି ବଦନାମ୍ ଗଳି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract