STORYMIRROR

Dhaneswar Dash

Inspirational

4  

Dhaneswar Dash

Inspirational

ବଦଳୁଛି ଦୁନିଆ

ବଦଳୁଛି ଦୁନିଆ

1 min
422

ରଙ୍ଗ ବଦଳିଲା ଢଙ୍ଗ ବଦଳିଲା 

ବଦଳିଲା ମନୋଭାବ, 

ସଂସ୍କାର ସଂସ୍କୃତି ବଦଳି ଗଲାଣି 

ବଦଳିଲାଣି ସ୍ବଭାବ ।


ଖାଦ୍ୟ ପାନୀୟ ତ ବଦଳି ଗଲାଣି 

ବଦଳିଲା ସ୍ବାସ୍ଥ୍ୟାବସ୍ଥା,

ଶାସ୍ତ୍ର, ପୂଜାବିଧି ବଦଳି ଗଲାଣି 

ସବୁଠି ମାଇକ୍ ବ୍ଯବସ୍ଥା । 


ଚାଲିଚଳନ ପୋଷାକ ପରିଧାନ 

ପହଞ୍ଚିଅଛି ଶିଖରେ, 

ଭାଷା ବଦଳିଛି, ଛୋଟ ବଡ ନାହିଁ

ତିଷ୍ଠିଛି ଯୁକ୍ତି ତର୍କରେ ।  


ଶିକ୍ଷା ବଦଳିଲା ଶିକ୍ଷିତ ବଢିଲେ 

ଛାଡିଲେ ଜାତି ବେଉସା, 

ଜନ୍ମ ମାଟି ଛାଡି ବିଦେଶ ମାଟିରେ 

ଅର୍ଜନ କଲେ ପଇସା ।


ଚିଠି ହଜିଗଲା ନେଟ୍ ଆସିଗଲା 

ସ୍ମାର୍ଟ ଫୋନ୍ ଯୁଗ ହେଲା,

କଥୋପକଥନ ଭିଡିଓକଲ୍ ରେ

ଲାଗୁଅଛି କେତେ ପାଲା ।


ସମ୍ପର୍କ ହଜିଲା ନୂଆ ଫେସନରେ 

ପଡିଆ ପଡିଲା ବିଲ, 

ବିଦେଶୀ ଖାଦ୍ଯରେ ମନ ବଳିଲାଣି  

ଦେଶୀ ଖାଦ୍ୟ ହେଲା ଭେଲ ।


ଲୋଭ ମୋହଗ୍ରସ୍ତ ହୋଇଲା ମନୁଷ୍ୟ 

ପଇସାକୁ ଆଗେ ଦେଖେ,

ଯେତେ ଉପାର୍ଜନ ଯେ' କରିପାରିବ 

ସେତେ ଆଡମ୍ବର ଚାଖେ । 


ଜୀବନ ବିପନ୍ନ ହେଉଛି ରୋଗୀର

ଆଇ ସି ୟୁ ଘରେ ରହି,

ଶବ ଚିକିତ୍ସିତ ହେଉଥାଏ ସେଠି 

ସମ୍ପର୍କୀୟ ଧନ ଧୋଇ ।


ମଲା ପରେ ମଧ୍ୟ ଶୋଷଣ ହେଉଛି

ହଜିଯାଏ ମୂଲ୍ୟବୋଧ,

ମୁଣ୍ଡବିନ୍ଧା ପାଇଁ ସ୍କାନିଙ୍ଗ୍ ହେଉଛି

ମିଳେ ଝାଡାର ଔଷଧ ।


ଆପଣାର ଯିଏ ପର ହୋଇଲେଣି

ପର ହୋଇ ଆପଣାର,

ସମ୍ପର୍କୀୟ କଥା ଭ୍ରୁକ୍ଷେପ ନ କରି

ଭାସନ୍ତି ପର କଥାର ।


ପାଣି ପବନ ବି ବଦଳି ଗଲାଣି 

ଋତୁ ପାଗ ବଦଳିଛି,

ପରିବର୍ତ୍ତିତ ବି ପୃଥିବୀ ଆମର

ସବୁକିଛି ବଦଳିଛି ।


ଯଦି ଆଉ କିଛି ଅଛି ବଦଳିବ 

ବଦଳିଯାଉ ସେସବୁ,

ସବୁ ବଦଳିଲେ ଯୁଗ ବଦଳିବ

ମନ କିମ୍ପା ଏତେ ଭାବୁ ।


Rate this content
Log in

Similar oriya poem from Inspirational