STORYMIRROR

Sunanda Mohanty

Abstract Classics Others

3  

Sunanda Mohanty

Abstract Classics Others

ବଡଠାକୁର

ବଡଠାକୁର

1 min
208


ବଡଠାକୁର ସବୁ ବଡ଼ ତୁମର 

ତୁମ ବଡଦାଣ୍ଡ ଭାବକୁ ନିକଟ 

ତୁମ ବଡ଼ ନେତ ଜାଣେ ଏ ଜଗତ 

ତୁମ ବଡପଣ୍ଡା ନିତିକାନ୍ତିରେ ଲଣ୍ଡା 

ତୁମ ବଡ଼ଯାତ ବରଷକେ ଥରେ ରଥ 

ବଡ଼ ବଡ଼ ଚକାଆଖି ପାପ ପୁଣ୍ୟ ସାକ୍ଷୀ 

ବଡ ବଡ଼ ଅଦୃଶ୍ୟ ହାତ ରଖ ଭକ୍ତ ମହତ 

ସମୁଦ୍ରର ବଡ଼ ଢେଉ ଦେଖି ଦୁଃଖ ଯାଉ 

ବଡ଼ପଣେ ବଳିଆରଭୁଜ ରକ୍ଷାକର୍ତ୍ତା ସାଜ 

ବଡମନେ କର ଦାନ ତୁମ ବିନେ ସବୁଶୂନ 

ବଡ ତୁମ ଚକ୍ରପେଷି ମହୀ କର ଉଶ୍ୱାସୀ  

ବଡ ତୁମ ବଂଶୀ ବଡ଼ ଗୁଣ୍ଡିଚା ମାଉସୀ 

ବଡ଼ ଖିଆ ବୋଲି ଷାଠିଏ ପଉଟି ଖାଲି 

ଘରଣୀ ଲକ୍ଷ୍ମୀ ସାଆନ୍ତାଣୀ ଭଣ୍ଡାର ଖୋଲି 

ବଡଭାଇ ବଳଭଦ୍ରଙ୍କୁ ଲୁଚି ପୂଜା ପାନ୍ତି ବୁଲି 

ତୁମର ତ ସବୁ ବଡ଼ ଛୋଟ କିଛି ନାହିଁ ହେ 

 ବଡ଼ ମୟୁର ପୂଛ ମନ ହୃଦୟ ତୁମ ସ୍ଵଛ 

ଓଁ ନମୋ ଭାଗବତେ ବାସୁଦେବାୟ ନମଃ 

ପୁରୁଷୋତ୍ତମ ବଡଠାକୁର ଚତୁର୍ଦ୍ଧା ଘେନ 

ଶୁଦ୍ଧ ଚିତ୍ତେ ଭୂମିଷ୍ଠ ପ୍ରଣାମ ବାରେଘେନାକର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract