Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Abstract Inspirational Others

4  

Debabrata Mishra

Abstract Inspirational Others

ବଡ଼ଭାଇ

ବଡ଼ଭାଇ

1 min
200



ରାମଚନ୍ଦ୍ର ପରି ବଡ଼ ଭାଇ ମୋ'ର 

ସଂସାରେ ସମାଜେ ତା'ପରି କେ ନାହିଁ, 

ନିଷ୍ଠାର ମଣିଷ ଅଟେ ଦୟାବନ୍ତ

ବାପାର ଦାୟିତ୍ୱ ଦିଏ ସେ ତୁଲାଇ ।

ନିଜ ସୁଖକୁ ସେ କେବେ ବି ଖୋଜିନି

ଯାହା ବି କରଇ ପରିବାର ପାଇଁ, 

ତ୍ୟାଗରେ କଟୁଛି ସମୟ ତାହାର

ଦୁଃଖରେ ଥିଲେ ବି ସେ କାନ୍ଦେନାହିଁ ।

ସବୁ ସମସ୍ଯାର ସମାଧାନ ତା' ପାଖେ

ଅନେକ ସମସ୍ୟା ଦେଇଛି ତୁଟାଇ, 

ବିପଦ ସମୟେ ସାହସ ସେ ଦିଏ

ବିବ୍ରତ ହୋଇଲେ ରାସ୍ତା ସେ ଦେଖାଇ ।

ସ୍ନେହ-ଶ୍ରଦ୍ଧାରେ ତା' ମନ ଭରପୂର

ଆଜିକା ସମୟକୁ ସେ ସଠିକ୍ ଚିହ୍ନଇ, 

ସବୁ ଭୂମିକାରେ ଶ୍ରେଷ୍ଠ ଅଟେ ସିଏ

କର୍ତ୍ତବ୍ୟ ଠାରୁ ସେ ଯାଇଛି ଆଗେଇ ।

ପରିବାର ପାଇଁ ଉତ୍ସର୍ଗୀକୃତ ସେ

ସମାଜ ପାଇଁ ବି ଚିନ୍ତା ସେ କରଇ, 

ଧନ୍ଯ ମନେକରେ ହୋଇ ସାନଭାଇ

ଗର୍ବୀତ ସଦା ମୁଁ ମୋର ବଡ଼ଭାଇ ପାଇଁ ।

ହେ ମହାବୀର ତୁମ ପାଖେ କାମନା ଏତିକି

ତା' ପାଖେ ସଦା ତୁମ ଆଶୀଷ ଥାଉ ରହି । 



Rate this content
Log in

Similar oriya poem from Abstract