Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharati Lenka

Classics Others

4  

Bharati Lenka

Classics Others

ବଡ ଠାକୁର

ବଡ ଠାକୁର

1 min
230


କେନ୍ଦ୍ରାପଡ଼ା ମୋତେ ଲାଗଇ

ସଖୀ ବଡ଼ ସୁନ୍ଦର

ପୁଜା ପାଉଛନ୍ତି ମୋ ପ୍ରଭୁ

ହଳ ମୁଷଳ ଧର

କେନ୍ଦ୍ରାପଡ଼ା ମୋତେ ଲାଗଇ

ସଖି ବଡ଼ ସୁନ୍ଦର

କେଦ୍ରାପଡ଼ା ମାଟି ଅଟଇ

ଜନ୍ମ ମାଟି ମୋହର

ମୁଣ୍ଡ ଲଗାଇ ମୁଁ କରୁଛି

କୋଟିକୋଟି ଜୁହାର

କେନ୍ଦ୍ରାପଡ଼ା ପ୍ରିୟଭୋଗକୁ

ଭୁଲି ପାରିନି କେହି

ରସାବଳୀ ନାମ ବିଖ୍ୟାତ

ସାରା ଓଡିଶା ଭୂଇଁ

ପିଲା ଦିନୁ ଖେଳି ବୁଲିଛି

ରଥ ଦାଣ୍ଡେ ତାହାର

କେନ୍ଦ୍ରାପଡ଼ା ମୋତେ ଲାଗଇ

 ସଖୀ ବଡ଼ ସୁନ୍ଦର

ଭାଇ ଭଗ୍ନି ଧରି ସଙ୍ଗତେ

ଉଭା ଜଗତ ପିତା

ବଡ଼ ଦିଅଁ ବଡ଼ ଠାକୁର

ସେ ଦଇବ ବିଧାତା

କପାଳେ ସୁନାର ଚିତା ଲୋ

 ଭୁଜେ କର ପଲ୍ଲବ

ବଳେ ବଳିଆ ମୋ ଠାକୁର

ପ୍ରଭୁ ଶ୍ରୀ ବଳଦେବ

ବଡ଼ ସିଂହାରର ବେଶ ଟି

ଦିଶେ କେଡେ ସୁନ୍ଦର

କେନ୍ଦ୍ରାପଡ଼ା ମୋତେ ଲାଗଇ

 ସଖୀ କେଡେ ସୁନ୍ଦର

କନ୍ଦରା ସୁରକୁ ବିନାଶି

ଇଚ୍ଛାପୁରେ ନିବାସୀ

ଶ୍ରୀ ମଧୁ ସାଗର କୁଳିଆ

ତୁଳସୀ କ୍ଷେତ୍ର ବାସି

 ସପ୍ତଫେଣୀ ନାଗ ଶ୍ରୀ ଅଙ୍ଗେ

 ହୋଇଛନ୍ତି ଭୁଷିତ ଗଳାରେ

ତୁଳସୀ ମାଳା ଲୋ

ଦିଶଇ ସୁଶୋଭିତ

ମଣିମୟ ପରଂବ୍ରହ୍ମ ଲୋ

ପ୍ରଭୁ ଶ୍ରୀ ବଳରାମ

ଜପୁଥା ହୃଦୟ କନ୍ଦରେ

ନିତ୍ୟ ରାମ ଶ୍ରୀ ରାମ

ଉଡ଼ାନ୍ତି ଧବଳ ଧ୍ଵଜ ଲୋ

ଇଚ୍ଛାପୁରରେ ରହି

ତେଜି ପକା ହିଂସା ଗର୍ବ ଲୋ

ତାରେ ଶରଣ ଯାଇ

 ଜୟ ବଳଭଦ୍ର ଭଦ୍ରା ହେ

ପ୍ରଭୁ ଜଗତ ନାଥ

କାନ୍ଧେ ଶୋଭା ହଳ ମୁଷଳ

ଜୟ ରେବତୀ କାନ୍ତ

କେନ୍ଦ୍ରାପଡ଼ା ଇଷ୍ଟଦେବ ହେ

ଇଚ୍ଛାପୁର ବିହାରୀ

ଭାରତୀ କରଇ ଚରଣେ

ପ୍ରଭୁ ଏହି ଗୁହାରୀ

ମାଡି ଆସୁଅଛି ବିପଦ

ପ୍ରଭୁ ଲୋଡେ଼ ଶ୍ରୀ ପଦ

ରକ୍ଷା କର ରକ୍ଷା କରହେ 

ପ୍ରଭୁ ଶ୍ରୀ ବଳଦେବ

ଧନ ସମ୍ପତି ଲୋଡ଼ା ନାହିଁ

ଲୋଡ଼ା ତବ କରୁଣା

କରୁଣା ନକଲେ ପ୍ରଭୁ ହେ

ହୋଇ ବି ବାଟବଣା

ତୋର ଦାସାନୁଦାସ କର

ମୋର ଏହି ମିନତୀ

ଚରଣେ ଶରଣ ପଶଇ

ପ୍ରଭୁ ଦିନ ଭାରତୀ।


Rate this content
Log in

Similar oriya poem from Classics