STORYMIRROR

Gyanaranjan Nayak

Inspirational

3  

Gyanaranjan Nayak

Inspirational

ବଡ଼ ଦେଉଳିଆ ପୁଅ

ବଡ଼ ଦେଉଳିଆ ପୁଅ

1 min
157

କିଛି ଦିନ ତଳେ କୁନି ର ମୋର ପୁରୀ ଯାଇ ଜଗା ପାଖରେ ତିନିଦିନ ରହିଯାଇଥିଲୁ, ଏତେଦିନ ରହିବାକୁ ନେଇ ମୋର ପ୍ରିୟ ତଥା ଜଗାର କିଛି ଭକ୍ତଙ୍କ ମନରେ ଉଙ୍କିମାରିଥିବା ଏଇ କଥାଗୁଡିକ ଓ ମୋର ପ୍ରତିକ୍ରିୟା


ଆଉ ମୁଁ ଯିବିନି,       ତୋ ବଡ ଦେଉଳେ,

   ଲୁଚେଇ କାନ୍ଦିବା ପାଇଁରେ କାହ୍ନା,

କେତେ ଯେ ଶୁଣିବି,     ଟାହି ଟାପରା ମୁଁ,

    କାହ୍ନା ବାପା କାଇଁ ଉଦାସ ମନା ।


ଜଗାବଳିଆଙ୍କ,      ବାପା କି ଦୁଃଖରେ ?

    ପୁରୀରୁ ଗାଆଁ ଯେ କୁହନ୍ତି ଲୋକେ,

ଯାଇଥିଲ ପୁରୀ,       ବାପା ବୋଉ ତା'ର

    ରହିଗଲ ଏତେ ଦିନ ତା ପାଖେ।


ବଡ଼ ଦେଉଳିଆ       ପିଲା କି ତୁମର,

    ଋଷିଛନ୍ତି ଘରେ ଆସୁନାହାନ୍ତି?

ନା ବଡ ଦେଉଳେ,      ଭକ୍ତଙ୍କ ପ୍ରେମରେ

    ବାପା,ବୋଉ,ଘର ପାସୋରିଛନ୍ତି?


ଏବେ ଯେଉଁ ଗଲ,      ଡାକିଲା କି ଜଗା,

    କୁନି ବୋଉ କଥା ମନେ ପକେଇ,

ନା ଜନନୀ ହୃଦ,       ବିରହେ ବିଷାଦ,

    ଦେଖିବ ପିଲାଙ୍କୁ ଆଖି ପୁରେଇ।


ବଡ଼ ଖାଉଟିଆ,       ପିଲାଙ୍କ ପାଇଁ କି,

    ନେଇଥିଲା ମାଆ ସେନେ‌ହେ କିସ,

ଷାଠିଏ ପ‌ଉଟି       ତୁଚ୍ଛ ଲାଗିଲା କି 

    ମାଆ ଖାଦ୍ୟ ଖାଇ ହେଲେ ହରଷ !


ପିଲାଙ୍କ ସହିତ       କଥା ହେଇସାରି

    ବାହାରିଲ ଯେବେ ବଡ଼ ଦେଉଳୁ

ଜଗା ବଳିଆ କି       ବାଟ ଓଗାଳିଲେ

    କହିଲେ ଯିବାକୁ ନଦେବୁ ମୂଳୁ।


ଯଶୋଦା, ଦେବକୀ     କୌଶଲ୍ୟା ମାତାଙ୍କୁ,

    ପାଶୋରି ଛନ୍ତି କି କୁନି ମା ସ୍ନେହେ,

ନନ୍ଦ, ଦଶରଥ,       ବସୁଦେବ ସୁତ,

    କହୁନି କି କାହ୍ନା ତୁମରି ମୋହେ।


କୁନି କୋଳେ ମୁଣ୍ଡ,      ରଖି କହିଲେ କି?

    ରତ୍ନ ପଲଙ୍କ ଠୁ ତୋ କୋଳେ ଶାନ୍ତି,

କହିଲେ କି ଅଳି      କରି କୁନି ପାଶେ,

    ରହିଯା ମାଆ ଆଉ ଗୋଟିଏ ରାତି।


ଏମିତି ଅନେକ       ପ୍ରଶ୍ନର ଉତ୍ତର,

    କି ଦେବି କାହାକୁ କହ କହ୍ନେଇ,

ଭାବନା କି ଟାହି,      ଯାହା ଭାବ ତୁମେ,

    ସତ ବୋଲି ଯଦି ଦିଏ ମୁଁ କହି।


ଯିବେ କି ପରତେ,      କଥା ହେବେ ଗୁପ୍ତେ,

    ଜ୍ଞାନଟା ପାଗଳ ସୁନାକୁ ରୂପା,

ପଛରେ ହସିବେ,      ତୁ ଯେବେ ନିରବେ,

    ପରିହାସ ପାତ୍ର ହେବ ତୋ ବାପା।


ଏ ସବୁର ଅନ୍ତ,      କର ଜଗନ୍ନାଥ

    ତୋ ଆମ ସମ୍ପର୍କ କହିଦେ ଖୋଲି,

ନନ୍ଦ ଦଶରଥ      ନୁହେଁ ଏ ଯୁଗରେ

    ଜ୍ଞାନ ପିତା କୁନି ତୋ ମାଆ ବୋଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational