ବଡ଼ ଅଜବ ରାଜନୀତି, ଗିରିଧ ତାହାର ନା
ବଡ଼ ଅଜବ ରାଜନୀତି, ଗିରିଧ ତାହାର ନା
ରାଜନୀତି ଦୁନିଆଁରେ ପାଉଛେ ଆମେ
ବହୁ ଅଜବ କଥା
ନେତା କୁହେ, ଭୋଟ ପରେ ସବୁ କରି
ଦେବେ ବ୍ୟବସ୍ଥା ।
ଚାଷୀ ଓ ଶ୍ରମିକ ତା ଜୀବନ ଓ କରମ
ନେଇ ତ ବଞ୍ଚୁଛି
ଶୋଷଣ ଅତ୍ୟାଚାରରେ ଜର୍ଜରିତ ହୋଇ
କାଳକୁ କାଟୁଛି ।
ଭୋଟ ପରେ ମନ୍ତ୍ରୀ ହେଲେ, ଦୁଃଖ ଦୂର୍ଦ୍ଦଶା
ପ୍ରତି ନଜର ନାହିଁ
ନିତି ନୂଆ ନୂଆ ଡ୍ରାମା ଚାଲେ, ଜନତା ଖାଲି
ତାଳି ମାରଇ ।
ଇତିହାସରୁ ପାଇବା, ପୁଂଜିବାଦର ଶାସକ
ଯେତେ ମହାକାଳ ଠାରୁ ଭୟାନକ
ଲକ୍ଷ ଲକ୍ଷ କଙ୍କାଳର ଅଳଙ୍କାର ପିନ୍ଧା ପାର୍ଥିବ
ଶରୀର, ଧନବଳେ ତ ତାର ଡାକ ।
ଲାଭର ଗଦିରେ ବସିଛି ଯେଉଁ ମଣିଷ, ହୃଦୟରେ
ନାହିଁ ତାର ମନୁଷ୍ୟ ପ୍ରତି ପ୍ରେମ
ଓଁ ଲାଭ ସହ ନିଜକୁ ଦେଖୁଛି, କିଛି ଦିଏ ନାହିଁ ସବୁ
ନିଏ ବୋଲି ଗିରିଧ ତାହାର ନାମ ।
ଜନତା କାନ୍ଦିଲେ ମୁଖେ ହାତ ଦେଇ, ମୁକ ହୋଇ
ପାଇବକି ନ୍ୟାୟ କୁହ ହେ ଭଉଣୀ ଭାଇ
ନିଜ ଅଧିକାର ହାସଲ ପାଇଁ, ବଂଚିବାର ଗୋଟିଏ
ବାଟ, ଲଢେ଼ଇ, ଲଢେ଼ଇ ।
ଶାସକ ଭାବେ, ନିର୍ଯ୍ୟାତିତ ମଣିଷ ସଳଖି ହୋଇ
ପାରିବିନି ଠିଆ
ଇତିହାସ ଦେଖାଏ, ଏ କଳ୍ପନା ଜଳ୍ପନା ପ୍ରମାଣିତ
ହେବ, ଯେଣୁ ସବୁ ମିଥ୍ୟା ।
