STORYMIRROR

Banalaxmi Mohanty

Classics

4  

Banalaxmi Mohanty

Classics

ବୈଶାଖ ପୂର୍ଣ୍ଣିମା

ବୈଶାଖ ପୂର୍ଣ୍ଣିମା

1 min
212


ବୈଶାଖ ପୂର୍ଣ୍ଣିମା ଶୁଭ ଅବସରେ

   କପିଳାବସ୍ତୁ ଠାରେ

ଜନମ ଲଭିଲ ହେ ଦିବ୍ୟପୁରୁଷ

   ଲୁମ୍ବିନୀର ଉଦ୍ୟାନରେ।। 


ମାତା ମାୟାବତୀ ପିତା ଶୁଦ୍ଧୋଦନ

    କୋଳ କରିଲ ମଣ୍ଡନ

ସିଦ୍ଧାର୍ଥ ଗୌତମ ନାମକୁ ବହିଲ

   ରାଜକୁଳରେ ଜନମ।। 


ରାଜପ୍ରାସାଦରେ ଅତି ଆନନ୍ଦରେ 

   କଟୁଥିଲା ତୁମ ଦିନ

ରୋଗୀ,ଦୁଃଖି,ବୃଦ୍ଧ ମୃତ ବ୍ୟକ୍ତି ଦେଖି

   ଗୃହତ୍ୟାଗୀ ହେଲ ଜାଣ।। 


ସନ୍ୟାସୀ ରୂପରେ ତପ ସାଧିଥିଲ

   ତୁମେ ବୋଧଗୟା ଠାର

ବୋଧିଦୃମ ତଳେ ବୁଦ୍ଧତ୍ଵ ଲଭିଲ

   ଦୟା, କ୍ଷମା ଅବତାର।। 


ଆଶାର ବିନାଶେ ଦୁଃଖର ବିନାଶ 

   ଦେଲେହେ ତୁମେ ସନ୍ଦେଶ

ଶାନ୍ତି, ଦୟା, କ୍ଷମା ବାରତା ଦେଇଣ

   ହେଲ ସଭିଙ୍କ ନମସ୍ୟ।। 


ବୌଦ୍ଧ ଧର୍ମ ତୁମେ ପ୍ରଚାର କରିଲ

    ହିନ୍ଦୁ ଧର୍ମେ ହେଲା ସାର

ଆଜିବି ଧଉଳି ସେ ବାରତା ଦିଏ

   ପ୍ରତୀକ ହୋଇ ତାହାର।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics