STORYMIRROR

Sanjukta Padhi

Classics

3  

Sanjukta Padhi

Classics

ବୈଶାଖ ମାସରେ

ବୈଶାଖ ମାସରେ

1 min
219


ଚାହିଁ ରହିଛି ତୋ ଫେରନ୍ତା ପଥକୁ

ଗୋଡ଼ କାଢିଚି ତୋ ସାଥିରେ ଯିବାକୁ

ଉଡାଇ ନେଲା ଚଇତି ର ଚୋର

ଖାତିରି ନକରି ମାଘ ଫଗୁଣର

ଅସମ୍ଭାଳ ମନ ଏଇ ବୈଶାଖର

ପାଣି ଟିକେ ନାହିଁ ମୋ ଅଗଣାରେ

ସାଥେ ଆଣିଵୁ ରେ ପାନ ପତର,

ଖରା ଝାଞ୍ଜିକୁ ନାହିଁ ମୋ ଡର

ନଈ ନାଳ ସବୁ ଶୁଖି ଗଲାଣି

ଚାରା ଆଣିବୁ ଲଗାଇ ଦେବା

ମେଘ ରାଜାକୁ ଖୁସି କରିବା

ଅଜାଡ଼ି ଦେବ ଆମ ରାଇଜେ

ପାଇବା ପାଣି ଆମରି ସାଜେ

ଶିମୁଳି ଲତାରେ ଶୈବାଳ ହୋଇ

ପଥର ଦେହରେ ଲାଗିଛି ମୁହିଁ

ଆସିବୁ ନିଶ୍ଚୟ କଳା କହ୍ନାଇ

ଜଳ ଯୋଗାଣ ପ୍ରକଳ୍ପ ହୋଇ

ବିଶ୍ୱାସ ମୋ ଭାଙ୍ଗିଵୁ ନାହିଁ

ଆସିବୁ ବରୁଣ ଦେବତା ହେଇ

କେବେ କାଳ ବୈଶାଖୀ ତ

କେବେ ମଉସୁମୀ ହୋଇ ।‌



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics