Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Tragedy Inspirational

4  

Sukadev Mahanta

Tragedy Inspirational

ବାତ୍ୟା

ବାତ୍ୟା

1 min
230


ସୂରୁଯ ଉତ୍ତାପ       ବଢିଲେ କମଇ

        ବାୟୁମଣ୍ଡଳ ସାନ୍ଧ୍ରତା      

ବାୟୁ ଚାପ କମି        ଅବପାତ ସୃଷ୍ଟି

      ହୁଏ  କମିଲେ ସାନ୍ଧ୍ରତା      ||


ସେହି ଅବପାତ         ଲଘୂଚାପ ରୂପ

       ଧାରଣ କରଇ କ୍ରମେ

ଚକ୍ରବାତ  ସୃଷ୍ଟି        ହୋଇ  ଭୟଙ୍କର  

       ବାତ୍ୟା ରୂପ ନିଏ କ୍ରମେ ||


ବାତ୍ୟାର  ଉତ୍ପତ୍ତି      ସମୁଦ୍ର ଉପର

      ବାୟୁ ମଣ୍ଡଳରେ ହୋଇ

ଉପକୂଳ ଆଡେ          ଗତି କରି ତାହା

     ଯାଏ  ସ୍ଥଳଭାଗ   ଛୁଇଁ ||


ଯେବେ ସ୍ଥଳଭାଗ       ଛୂଇଁଥାଏ ତାହା

      ଦେଖାଇ କରାଳ ରୂପ

କେଇ ଘଣ୍ଟା ମଧ୍ୟେ      ପ୍ରଳୟ  ରଚିଣ

       କରିଦିଏ  ଧ୍ୱଂସ ସ୍ତୂପ ||


ଅଣଚାଶ ବାଆ       ବହିବା ସାଙ୍ଗକୁ

       ବରଷା ତୁହାକୁ ତୁହା

ଚା ଜୂଆର       କୂଳ ଲଙ୍ଘି ଆସି

   ଧୋଇନିଏ ତଟ ଗାଆଁ ||


ଗରିବ ବାପୁଡା       ଝାଟିମାଟି ଚାଳ

      ଘରକୁ ଉଡାଇ ନିଏ

ନଈନାଳ ବଢି        କରେ ଜଳମଗ୍ନ

       ଦୁର୍ଦ୍ଦଶା ବଢାଇ ଦିଏ ||


କାନ୍ଥ ଟଳି ପଡେ     ଛାତ ଉଡିଯାଏ

      ଭାସେ ନର  ପଶୁ ପକ୍ଷୀ

କୀଟ ତରୁ  ଲତା     ସ୍ଥାବର ଜଙ୍ଗମ

       ଶସ୍ୟ କ୍ଷେତ ନିରିମାଖି ||


ପାଦପ ଟଳଇ     ବିଦ୍ୟୁତ୍ ଟାୱାର

      ସବୁ ଟଳେ ନିମିଷକେ

 ଟେଲିଫୋନ୍ ଖୁଣ୍ଟ      ଟାୱାର ବିଧ୍ବସ୍ତ

        ହୋଇଯାଏ ନିମିଷକେ ||


ବିଦ୍ୟୁତ ସାଙ୍ଗକୁ     ଟେଲି ଯୋଗାଯୋଗ

       ସବୁ  ଠପ୍  ହୋଇଯାଏ

ବାତ୍ୟା  ଆସି ଥାଏ     ରକ୍ତ ମୁଖାହୋଇ  

        ଧନ ଜନ ନେଇଯାଏ ||


ବାତ୍ୟା ଗଲା ପରେ      ଭୋକ ଉପାସରେ

      ଖୋଲା ଆକାଶର ତଳେ

ପ ସୂରୁଯ       ରାତ୍ରେ ଜହ୍ନ ତାରା

      ଦେଖେ ଡହଳ ବିକଳେ ||


ଉପକୂଳବର୍ତ୍ତୀ        ଅଞ୍ଚଳର ଲାଗି

      ବାତ୍ୟା ଚିର ସହଚର  

ପ୍ରତି ବର୍ଷ ଆସି        ପ୍ରଳୟ ରଚଇ

     କଷ୍ଟ ଦେଇ ବାରମ୍ବାର ||

 

ବନ୍ୟା  ବାତ୍ୟା ଅଟେ    ଜାତୀୟ ବିପତ୍ତି

        ପ୍ରାକୃତିକ ବିପର୍ଯ୍ୟୟ

ଟାଳି ହେବ ନାହିଁ        ଚଳିବାକୁ ହେବ

      କରି ଉନ୍ନତ  ଉପାୟ ||


କରିବାକୁ  ହେବ        ବନ୍ୟା ବାତ୍ୟାରୋଧି  

        ରାସ୍ତା ଘାଟ କୋଠାଘର

ଭୂତଳ କେବୁଲ         ପୋତିବାକୁ ହେବ

      ବିଦ୍ୟୁତ୍ ଟେଲିଯୋଗାଯୋଗର ||


ଲାଭଖୋର ଭାବ      ମନରେ ନରଖି  

        ଉପାୟ ବାହର କର

ବାତ୍ୟା ଆସୁଥିବ         ବନ୍ୟା ହେଉଥିବ

     ନଥିବ ତିଳେ ହେଁ ଡର ||


Rate this content
Log in

Similar oriya poem from Tragedy