ତମେ ନିଶ୍ଵାସରେ ଦିଅ ଭରି ଏତେ
ପଥିକ ବସିଛି ଖୋଜି ତୁମ ଛାଇ ତଳ
ଭରି ବିଶ୍ୱାସ ପାଇବ ଆଶ୍ୱାସ ଯେତେ
ଆସୁ ଖରା ଆସୁ ଶୀତ ତୁମେ ବାଟବଳ
ମହାଦ୍ରୁମ ତୁମେ ଆକୁଳ ଅଚଳ ଅଥଳ
ନଈ ସିନା କଳକଳ ଛଳଛଳ ବାଟୋଇ
ଖୋଜେ ତୁମ ବକଳ ଦେହ ହେବ ଶୀତଳ
ସୁଲୁସୁଲୁ ବାଆ ଦେବ ସୁଶୀତଳ
ଢଳଢଳ ଆଖି ଓଦା ଓଦା ଦେହ
ତୁମ ଛାଇ ତଳେ ସୁଢଳ
ଦେହ ମନ ହୁଏ ଛନଛନ ଚଞ୍ଚଳ
ବଞ୍ଚିବାର ସବୁ କଳ କୌଶଳ
ତୁମେ ଭରିଦିଅ ସଂସାରେ ସଂସାରୀର
ଦରକାର ଯେତେ ଜଳ ସ୍ଥଳ ମାଟିକୋଳ
ମାଟିକୁ ଜାବୁଡି ମାଆ ବୋଲି ଦେଇ ରଡି
ବରଷାକୁ ଆଣ ଆକାଶ ଦେଶରୁ ତଳ
କେମିତି କେଜାଣି ଦାଢୁଆ କଟୁରୀ
ହାଣିଦିଏ ତୁମ ଡ଼ାଳ ପୁଣି ମୂଳ
କିଏ କରେ ଜାଳ କିଏ ଭାଳେ ବେଳ
ଆସିଲାଣି ବୁଝିଯିବା ଗଛବଳ
ତା ଵିନା ମହୀ କେମିତି ସହୀ
ସହିବା ଋତୁଙ୍କ ଜଞ୍ଜାଳ
କୃଷକ କେମିତି ଫଳାଇବ ଫଳ
ସୈନିକ କୋଉଠି ଲୁଚିବ ତତ୍କାଳ
ଆସିଛି ଭାବିବାର ବେଳ
ଗଛ ବଞ୍ଚିଲେ ମଣିଷ ବଞ୍ଚିବ କରିବ ଜଞ୍ଜାଳ
ତୋଳି ଫୁଲ ଖାଇ ପକ୍ଵ ଫଳ
ଚେତନା ଚୈତନ୍ୟ ହୁଏ ଆକୁଳ ବିକଳ
ଗଛ ହିଁ ଜୀଵନ କରି ନିଜକୁ ଫାଳ ଫାଳ