ବାଟ ଖୋଜୁଥିବା ଲୋକ-୪
ବାଟ ଖୋଜୁଥିବା ଲୋକ-୪
ଅନ୍ଧାର ଚାଲିଛି,
ସାରିନାହିଁ ରାତି,
ତମେ ଝୁଣ୍ଟିଛ ରାସ୍ତା।
ତମେ ହସୁଛ,
କାକର ଟୋପା ଲାଗିଛି
ତମ ଝର୍କାରେ।
ସରିଛି ଯୁଦ୍ଧ,
ଫେରିଆସ!
ସକାଳେ କୁହୁଡ଼ିର ଧୂଆଁ
ତମ ବାଟ ଉଗାଳିବେ,
ଫେରିଆସ ତମେ
ଇତିହାସର ପୃଷ୍ଠା ପରି।
ଅଶ୍ୱିନୀ ଦାଶ

