STORYMIRROR

Shubhra Suchitra Mahanta

Drama Tragedy

3  

Shubhra Suchitra Mahanta

Drama Tragedy

ବାଟ ଭୁଲା ସାଥି

ବାଟ ଭୁଲା ସାଥି

1 min
253

ମୋ ହୃଦୟେ ଘରଟିଏ ତୁ ତୋଳିଥିଲୁ, 

ଆଜି ପୁଣି କେମିତି ତୁ ବାଟ ଭୁଲିଗଲୁ?

ପ୍ରେମ ନାମେ ମୋ ସହ ଛଳନା କରିଲୁ, 

ଆଉ କାହା ହୃଦୟରେ ଜାଗା କିଣିନେଲୁ।।


ତୋତେ ନେଇ ଅସୁମାରି ସ୍ଵପ୍ନ ଦେଖିଥିଲି,

ଗୋଟେ ମୁହୂର୍ତ୍ତରେ ସବୁ ଭାଙ୍ଗି ଦେଇ ଗଲୁ..

କେମିତିକା ମଣିଷ ତୁ ରଙ୍ଗ ବଦଳିଲୁ,

ଖେଳଣା ଭାବି ମୋ ସହ ଖେଳି ଦେଇଗଲୁ।।


ମୋ ଜୀବନେ ସବୁଦିନ ତୁ ରହିଥିବୁ,

ତୁ ସିନା ତୋ ଜୀବନେ ନୂଆ ନାଁ ଲେଖିଲୁ..

କଥା ଦେଇ ସାଥି ତୁହି ପାରିଲୁନି ରଖି,

ମୋ ଅଧିକାର ମୋ ଠାରୁ ଛଡେଇ ତୁ ନେଲୁ।।


ତୋ ଖୁସିରେ ମୋ ଖୁସି ଜାଣିଥା ଏତିକି, 

ତୁ ସିନା ମୋ ପାଇଁ ଲୁହ ବାଛି ଗଲୁ.. 

ଆଜି ବି ତୁ ମୋ ପାଇଁ ମୋ ରାଜକୁମାର, 

ତୁ ସିନା ଆଉ ଜଣକୁ ରାଣୀ ବନେଇଲୁ।। 


ଆସିବୁନି ଆଉ କେବେ ଫେରି ମୋ ପାଖକୁ, 

ଜାଣତରେ ଭୁଲ୍ କରି ମୋତେ ହରେଇଲୁ..

ଆଶା କରେ ମିଳୁଥିବ ଫୁଲ ପରି ପ୍ରେମ, 

ମୋ ଭାଗ୍ୟରେ ତ ସବୁତକ କଣ୍ଟା ଛାଡ଼ିଗଲୁ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama