ବାତ୍ସଲ୍ୟ ମମତା
ବାତ୍ସଲ୍ୟ ମମତା
ସେ ମୋର ଜନନୀ ମୁଁ ତାର ସନ୍ତାନ
ନିବିଡ ସମ୍ପର୍କେ ଗଢା
ଏ ରଥେ ଚଢିଲେ ଜନ୍ମରୁ ମରଣ
ଦେବାକୁ ପଡେନା ଭଡ଼ା ।
ବାତ୍ସଲ୍ୟ ମମତା କିରଣେ ଢାଙ୍କିଣ
ରଖି ଥାଏ ନିରନ୍ତରେ
ଜୀବନ ସୁରକ୍ଷା ବଳୟ ଯେସନେ
ଶତ୍ରୁ ଆସେ ନାହିଁ ତୀରେ ।
ବଦନ ମଣ୍ଡଳେ ଉଦାସ ଛାୟାକୁ
ନିମିଷେ ନିରେଖି ନିଏ
ପୂର୍ବାଭାସ ପରା ଏକା ମାତା ପାଏ
ତା ପରି କିଏସେ ହୁଏ ।
କ୍ଷୁଧାର ଅତୁର ବୁଝି ଥାଏ ମାତା
ବାଢ଼ି ଦିଏ ଖିରି ପୁରି
ମାତୃ ଦିବସରେ ମା' ପାଇଁ ପ୍ରାଣ
ଗୁମୁରି ଉଠଇ ଝୁରି ।
ସବୁଠୁ ନିଜର ଅତି ଆପଣାର
ଏକା ମୋର ଜନ୍ମଦାତ୍ରୀ
ତା ଚରଣେ ମୁହିଁ ପ୍ରଣତି ଜଣାଏ
କରିଦେ ସୁଜ୍ଞାନ ପାତ୍ରୀ ।
