STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ବାସ୍ତବ ସ୍ୱପ୍ନ

ବାସ୍ତବ ସ୍ୱପ୍ନ

1 min
13.6K


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ନୀରବ ନିଶୀଥେ ଦିନେ ସ୍ୱପ୍ନ ଲୋକେ ଆସି

ପାଶେ ବସି ଭାଷିଲା ସେ ରୂପସୀ ଅଗ୍ରଣୀ

ବୀଣା ଜିଣା ସୁରେ,ପାନ କରି ମଧୁର ସେ

ସୁର ଲହରି, ଭୁଲିଲି ନିଜେ ମୁଁ ନିଜକୁ ।

ବିବେକ ଶକତି ଗଲା ଛାଡ଼ି ହୃଦରାଜ୍ୟ

ଭାଜିଲା ସପନ,ଚାହିଁ ଦେଖିଲି ପ୍ରଦୀପ

ଲିଭିଛି,ବ୍ୟାପି ରହିଛି ଅନ୍ଧାର ଚୌଦିଗେ ।

ମାତ୍ର ଆଲୋକିତ କରି ହୃଦୟ ମନ୍ଦିର

ସେ ଯେ ରାଜେ ସିଂହାସନେ,ତେଣୁ ପୂଜିଲି ମୁଁ

ତାକୁ ଦେଇ ସ୍ନେହାଞ୍ଜଳି,ଆନନ୍ଦେ ବିଭୋର

ହୋଇ ଜପିଲି ତା ନାମ ଜପାମାଳି ଧରି ।

ଗୋଧୂଳି ଲଗନେ ଦିନେ ସପନ ବାସ୍ତବେ

କରି ପଣତ ଆସି ସେ ରୂପସୀ ଦେଲା

ଦେଖା,ଅନାଇ ରହିଲି ମୁହିଁ ମୁଗ୍ଧ ନେତ୍ରେ ।

ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics