Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Inspirational

3  

Prabhati Mahapatra

Inspirational

ବାସି ତୋରାଣି

ବାସି ତୋରାଣି

1 min
198


ଆସ ମୋର କାଳିଆ କାହ୍ନା

ତୋରାଣି ବଢିଛି 

ଦାସିଆ ନନା

ଆସ ମୋର କାଳିଆ କାହ୍ନା ।

ଖରା ଫୁଟି ଦେହ ଗରମ

ପଖାଳଟା ହେବ ଉତ୍ତମ

ଆହା !

ଶୁଖିଲା ଲଙ୍କାକୁ ପଞ୍ଚୁ ଫୁଟଣର

ଚଉଦିଗ ଖେଳେ ମହକ ବାସ୍ନା

ଆସ ମୋର .......

ତୁମେ ପରା ଗଉଡ଼ ପୁଅ

ତୁମ ଘରେ କ୍ଷୀରର ସୁଅ

ତା ଠାରୁ ନିଆରା ମୋ ବାସି ତୋରାଣି

ଗରିବ ମନରୁ ଲିଭାଏ ତୃଷ୍ଣା ।

ଆସ ମୋର .......

ଶ୍ରୀକ୍ଷେତ୍ରର ଦହି ପଖାଳ

ଭକତଙ୍କ ଆଶା ପ୍ରବଳ

ଥରେ କି ଭୁଞ୍ଜିଲ ମୋ ଘରଣୀ ହାତେ

ସେଥିରେ ବୋଳିଛି ଚାନ୍ଦିନୀ ଜ୍ୟୋତ୍ସ୍ନା ।

ଆସ ମୋର ......



Rate this content
Log in

Similar oriya poem from Inspirational