STORYMIRROR

Subrat Malik

Action Crime Thriller

2  

Subrat Malik

Action Crime Thriller

ବାରରୁ କୋଡ଼ିଏ-ଆଠ ବର୍ଷ

ବାରରୁ କୋଡ଼ିଏ-ଆଠ ବର୍ଷ

1 min
102


ବିଂଶ ମାର୍ଚ୍ଚ ଦୁଇ ହଜାର କୋଡ଼ିଏ ନ୍ୟାୟ ଇତିହାସେ ହୋଇବ ଲେଖା ଶୁକ୍ରବାର ଭୋର ପାଞ୍ଚଟା ତିରିଶେ ପାଇଥିଲେ ଦୋଷୀ ଫାଶୀର ସଜା..

ମୁକେଶ,ଅକ୍ଷୟ, ପବନ,ବିନୟନର ରୂପେ ଥିଲେ ପାପୀ ଦାନବ ଖେଳି ଦେଲେ ସିଏ ଦୁଷ୍କର୍ମର ଖେଳ ନିର୍ଭୟା ଭଉଣୀ ହେଲା ଶିକାର..

ଯେବେ ମନେ ପଡେ ସେହି କାଳ ଦିନ ନୟନରୁ ଝରେ ଲୋତକ ଧାର ଅଦିନେ ଲିଭାଇ ଦିଆଯାଇଥିଲା ତେଇଶି ବର୍ଷର ଜୀବନ ଦୀପ..

ଡିସେମ୍ବର ଷୋଳ ଦୁଇ ହଜାର ବାରଥିଲା ଅଭିଶପ୍ତ ରବିବାର ସାଙ୍ଗ ସାଥେ ଥିଲା ବସ୍ ଅପେକ୍ଷାରେ ହୋଇଥିଲା ନିଶା ରାତ୍ରିବେଳ..


ବସ୍-ରେ ବସିବା ପରେ ନିର୍ଭୟା ଜଣେ ପରେ ଜଣେ ଆସିଲେ ମାଡି ଜୀଅନ୍ତା ଶବଟେ କରିଦେଇ ତାକୁ ଶାଗୁଣା ସାଜିଣ ଖାଇଲେ ଝୁଣି..

ନିଜ ଦେହ ଭୋକ କରି ପୂରଣ ଚଳନ୍ତା ଗାଡ଼ିରୁ କଲେ ବାହାର ରାତି ପାଖାପାଖି ଵାରଟା ବେଳେ ମୁମୂର୍ଷୁ ଅବସ୍ଥେ ହେଲା ଉଦ୍ଧାର..

ସଂଗ୍ରାମ ଲଢିଲା ମରଣ ସାଥେ ବଞ୍ଚିବାର ସ୍ପୃହା ଥିଲା ଯେ କେତେ ଶରୀର ସାଜିଲା ତାର ବଇରୀ କାମ କଲା ନାହିଁ ଅଙ୍ଗ ସବୁରି..

ଡାକ୍ତରଖାନା ହେଲା ସଂଗ୍ରାମ ସ୍ଥଳ କରିଲା ସଂଗ୍ରାମ ତେରୋଟି ଦିନ ଅଠେଇଶି ଡିସେମ୍ବର ରାତିରେ ହାରିଗଲା ସିଏ ଜୀବନ ଯୁଦ୍ଧ..

ଅଭିଶାପ ତାର ସତ ହୋଇଲା ଫାଶୀ ଖୁଣ୍ଟେ ଦେଖ ଦୋଷୀ ଝୁଲିଲା ସକାଳ ସୂରୁଜ ଉଇଁବା ଆଗରୁଦୋଷୀ ଆୟୁ ସୂର୍ଯ୍ୟ ଅସ୍ତ ହୋଇଲା...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action