STORYMIRROR

AJIT KIMAR TRIATHY

Abstract

2  

AJIT KIMAR TRIATHY

Abstract

ବାର୍ଦ୍ଧକ୍ୟକୁ ଉପହାସ

ବାର୍ଦ୍ଧକ୍ୟକୁ ଉପହାସ

1 min
143

କିଏସେ କହିବ

ମାନବ ଜୀବନ

କେତେ ବର୍ଷ,ମାସ,ଦିନ

ମୃତ୍ୟୁ କେତେବେଳେ

କି ଭାବେ ହୋଇବ

ସମ୍ଭବ ନୁହେଁ ବଚନ

ପରନ୍ତୁ ମଣିଷ

ନିଜ ରୂପ ଦେଖେ

ବାରମ୍ଵାର ଦରପଣ

ବାର୍ଦ୍ଧକ୍ୟର ସେହି

ବାସ୍ତବ ସତ୍ୟକୁ

କରେନାହିଁ ସେ ଗ୍ରହଣ

ଉପହାସ କରେ

ବୃଦ୍ଧଟିଏ ଦେଖି

କରଇ ଅନୁକରଣ

ନିଜେ ଯେତେବେଳେ

ବୃଦ୍ଧ ହୋଇଯିବ

ବିରୂପ ହେବ ଯୌବନ

ସେତବେଳେ ତାର

ଚୈତନ୍ୟ ଉଦୟ

କରିବ ସେ ରୋମନ୍ଥନ

ଶରୀର ଦୁର୍ବଳ

କେଶ ତା ଧବଳ

ତୁଣ୍ଡେ ନଥିବ ଦଶନ

ଚର୍ମ ଢଳ ଢଳ

ପାଦ ଟଳ ଟଳ

ଦୃଷ୍ଟି ଶକ୍ତି ହୁଏ କ୍ଷୀଣ

ହାତ ଗୋଡ ଥରେ

ବଚନ ନ ସ୍ପୁରେ

ବଧିର ହୁଏ ଶ୍ରବଣ

ହାତେ ବାଡି ଧରି

ଚାଲେ ଢଳି ଢଳି

ଅବଶ ହୋଇବ ତନ

ବୃଦ୍ଧ ଯେବେ ହେବ

ବିରୂପ ହୋଇବ

ହଜିଯିବ ବୁଦ୍ଧି ଜ୍ଞାନ

ରୋଗ ଗ୍ରାଶ କଲେ

ପଡିବ ଶେଜରେ

ଏକ,ଦୁଇ ସେହିସ୍ଥାନ

ତେଜ,ଧନ,ଜନ

ଅବା ବାହୁବଳ

ପ୍ରତିପତ୍ତି ମୂଲ୍ୟହୀନ

ଗର୍ବ ଅହଂକାର

ହେବ ଛାରଖାର

ଆସିବ ଯେବେ ଶମନ

ସବୁ ସେତେବେଳେ

ସ୍ଵୀକାର କରିବ

ଶରୀର ଯିବ ଶ୍ମଶାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract