STORYMIRROR

Shashanka sekhar Ray

Tragedy

3  

Shashanka sekhar Ray

Tragedy

ବାର୍ଦ୍ଧକ୍ୟ

ବାର୍ଦ୍ଧକ୍ୟ

1 min
262


 ଶଶାଙ୍କ ଶେଖର ରାୟ


ବେକ ଭାଙ୍ଗି ଚାହେଁ

ଆକାଶେ ନିରବ ଝଡଟିଏ

ତାଣ୍ଡବ ରଚୁଥାଏ ସୂର୍ଯ୍ଯାସ୍ତରେ 

ଆଶାର ସରୁଧାର ନଈଟିଏ 

କେବେଠୁଁ ଗଲାଣି ଶୁଖି

ପଡିଛି କେବଳ ଦେହ

ଅସଜଡା ରାତିର ବିଛଣାରେ 

ଛିଣ୍ଡା କାଗଜ ପଲିଥିନ ଭଳି

ଉଡିବୁଲେ ମନ

ଏ ଗଳିରୁ ସେ ଗଳିରେ ।

ବୟସର ଅପରାହ୍ନେ 

ଖୋଜିବୁଲେ ସକାଳ

ବୁଢୀଆଣୀ ଅଳନ୍ଧୁ ଜମିଥିବା 

ପରିତ୍ୟକ୍ତ କେଉଁ ଭଙ୍ଗା କୋଠାଘରେ 

ଦିର୍ଘଶ୍ଵାସ ସବୁ ବାହାରିଯାଏ

ଅସ୍ଥି ପଞ୍ଜରା ଥରାଇ

ଜାକିଜୁକି ମନଟା ଚାହିଁଥାଏ

ଚୁପଚାପ ଜୁଳୁଜୁଳୁ ହୋଇ

ଉତ୍ତରା କୋହଲା ପବନରେ ।

ଶୁଖିଲା ଲୁହ ପିଇପିଇ 

ମାତାଲଟିଏ ସାଜି

ଭାଙ୍ଗୁଥାଏ ପୁଣି ଯୋଡୁଥାଏ

ହସୁଥାଏ ପୁଣି କାନ୍ଦୁଥାଏ

ଏକାଏକା ନିଜ ଭାବନାରେ

ମିଞ୍ଜିମିଞ୍ଜି ଜଳୁଥିବା 

ଡିବିରୀର ସ୍ଵପ୍ନ ନେଇ

ବଞ୍ଚିବାକୁ ହେବ 

ଅଧା ଛାଇ ଅଧା ଆଲୁଅରେ ।


ବଟରପଡା ରାଜକନିକା କେନ୍ଦ୍ରାପଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy