STORYMIRROR

Rama chandra Pradhan

Tragedy

2  

Rama chandra Pradhan

Tragedy

ବାର୍ଦ୍ଧକ୍ୟ

ବାର୍ଦ୍ଧକ୍ୟ

1 min
465

ବାର୍ଦ୍ଧକ୍ୟ ତାଡନେ ଭୋଗେ ଦୁଃଖକଷ୍ଟ 

   ପେଟକୁ ମିଳେନି ଦାନା 

ସବୁଥାଇ ମୋର ନିଶ୍ବ ମୁହିଁ ଆଜି 

   ପିନ୍ଧୁ ଅଛି ଚିରା କନା

ପୁଅ ବୋହୁ ମୋର ପଚାରନ୍ତି ନାହିଁ 

   ଦିଅନ୍ତି ନାନା ଯାତନା 

ଏ ବୁଢା ବୟସେ ଚଳିବି କେମିତି 

   କାଶିବାକୁ ବି ଏଠି ମନା

ସବୁ କିଛି କରି ଅଲୋଡ଼ା ମୁଁ ଆଜି 

   ଘରେ ନାହିଁ ଅଧିକାର 

ଭାରି ଦୁଃଖ ଲାଗେ ଭାବିଲେ ଏକଥା 

   ଆପଣା ହୁଅଇ ପର

ଜରାଜୀର୍ଣ୍ଣ ମୋର ଏ ଶେଷ ଅବସ୍ଥା 

  ଦେହେ ପିଟା ଦାଗ ଚିହ୍ନ 

ଚମ ଧୁଡୁ ଧୁଡୁ ଅସ୍ପଷ୍ଟ ଏ ଆଖି 

  ଫିକା ପଡ଼ିଲାଣି ବର୍ଣ

ଆଉ ଆଶା ନାହିଁ ନିଜ ଲୋକ ପାଖେ 

   ଚାଲି ଯିବି ବୃଦ୍ଧାଶ୍ରମ 

ଜପି ପ୍ରଭୁ ନାମ କାଟିବି ଜୀବନ 

  ଦୂର କରି ସବୁ ଭ୍ରମ

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy