STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ବାର୍ଦ୍ଧକ୍ୟ

ବାର୍ଦ୍ଧକ୍ୟ

1 min
179


ଜୀବନ ଦୁଇ ଦିନର

ଏନ୍ତୁଡ଼ି ନିଆଁ ପୁଣି ଜୁଇ ପର୍ଯ୍ୟନ୍ତ

କେତେ ବେଳେ ସୁଖ

କେତେବେଳେ ଦୁଃଖ

ପୁଣି ହୋଇଯାଏ ଅନ୍ତ।

ଶୈଶବ,କୈଶୋର,ଯୌବନ

କେତେବେଳେ ଅଜଣତେ ଆସଇ

ବାର୍ଦ୍ଧକ୍ୟ

ଅତୀତକୁ ଝୁରି ହୁଏ ମନ।


ଶୈଶବର ଧୂଳି ଖେଳ

କୈଶୋରର ସାଙ୍ଗ ସାଥୀ

ଯୌବନର ପ୍ରେମ ଓ ପ୍ରଣୟ

ବାର୍ଦ୍ଧକ୍ୟରେ ଝୁରେ ମନ ନିତି।


ଜୀବନର ଚତୁର୍ଥ ଅବସ୍ଥା

ଏହା ହିଁ ଧ୍ରୁବ ସତ୍ୟ

ଧନ ଜୀବନ ଯୌବନ

ଏ ସବୁ ଅନିତ୍ୟ

ବାର୍ଦ୍ଧକ୍ୟ ହିଁ ସତ୍ୟ

ସମସ୍ତଙ୍କ ଜୀବନର ମୂଳ ମନ୍ତ୍ର

ବାର୍ଦ୍ଧକ୍ୟ.....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational