◆ ବାରବାଟୀ ◆
◆ ବାରବାଟୀ ◆
ମେମୋ ଡି ଏମ୍ ୟୁ ଗାଡ଼ିରେ
ଭୁଲରେ ସେ ଦିନ ବସିଲି ।
ବ୍ରହ୍ମପୁରକୁ ନ ଫେରିପାରି
କଟକ ଷ୍ଟେସନେ ଫସିଲି ।।
ବାହାର ପଟଟି ଦୁର୍ଗାକାରରେ
ଖୁବ୍ ସଜେଇ ହୋଇଛି ।
ପୂରୁବ କଥାକୁ ସୁମରଣା କରି
ମଥା ମୋ ଘୁରି ଯାଉଛି ।।
ମୁଁ ଓଡ଼ିଆ ମୋର ଜାତି ବଳୁଆ
ଝୁକେ ନାହିଁ ପାଦ ତଳେ ।
ମୋ ପ୍ରଭୁ ପାଶେ ସେବକ ଭାବରେ
ବୋଲ ମନେ ନମ୍ର ଭାବେ ।।
ଅଭାବ ଦେଖାଇ ସ୍ଵଭାଵ ମାରେନି
ମାରେନି ଶତ୍ରୁ ଭୟରେ ।
ଆଳସ୍ୟକୁ ଛାଡି ବିଦ୍ୟା ସାଧନାରେ
ଜିଣେ ସାରା ଜଗତରେ ।।
ପରାବାର ସମ ବିଶାଳ ହୃଦୟ
ଅଦ୍ରୀ ସମ ଦୃଢ଼ ମନ ।
ଭାସ୍କର ସମ ତେଜିୟାନ ଆମେ
ରକ୍ତବଳେ ବୀରାସନ ।।
ଇତିହାସ ଯାହାର ସାକ୍ଷ ପ୍ରମାଣ
ସେ ମାଟିରେ ଆମେ ଜାତ ।
ବିଦେଶୀ ଛାତିରେ ଅଦ୍ୟପି ରହିଛି
ଦୁର୍ଗ କମାଣର ଗର୍ତ୍ତ ।।
ବାରବାଟୀ ନାମେ କ୍ରୀଡାଙ୍ଗନାଟିଏ
ଅଦ୍ୟପି ରଖିଛି ଟେକ ।
ମୁକୁନ୍ଦ ଦେବଙ୍କ ମୁକ ସାକ୍ଷୀ ସାଜି
ବାରତା ଦେଉଛି ଦେଖ ।।
ଏଥି ପାଇଁ ବୋଧେ ବାଟ ହୁଡ଼ି ଆସି
ପହଞ୍ଚିଲି କଟକରେ ।
ପଛକଥା ସବୁ ନୟନେ ଭାସୁଛି
ସମୟ ଯେତିକି ସରେ ।।
