ବାର କ ପଣକିଆ ଗୀତ
ବାର କ ପଣକିଆ ଗୀତ
ବାର ଏକେ ବାର,
ଯାଇଥିଲି ତାଳଚେର l
ବାର ଦୁଗୁଣେ ଚବିଶି,
ସାଥିରେ ଥିଲେ ମୋ ମାଉସୀ l
ବାର ତିରିକି ଛତିଶି,
ତାପରେ ନାଲକୋ ଗଲୁ ମିଶି l
ବାର ଚଉକୁ ଅଠ ଚାଳିଶି,
କି ସୁନ୍ଦର ସବୁଠୁ ବେଶୀ l
ବାର ପଞ୍ଚା ଷାଠିଏ,
ଦେଖିଲେ ଆଖି ନ ପାଏ l
ବାର ଷୋକୋ ବାସ୍ତରୀ,
ବିରାଟ ଏରିଆ ଧରି l
ବାର ସତା ଚଉରା ଅଶୀ,
ଦେଖି ମୋ ମନ ହେଲା ଖୁସି l
ବାର ଅଷ୍ଟା ଛୟା ନବେ,
ମଜା ଲାଗିଲା ମୋତେ ଏବେ l
ବାର ନୂଆଁ ଶହେ ଆଠ,
ବିରାଟ ବିରାଟ ପ୍ରକୋଷ୍ଠ l
ବାର ଦଶା ଶହେ କୋଡିଏ.
ଜୀବନରେ ଦେଖ ଥରୁଟିଏ l