STORYMIRROR

Baijayantimala Rout

Abstract

2  

Baijayantimala Rout

Abstract

ବାର ବରଷର ବାଳୁତ ପିଲା

ବାର ବରଷର ବାଳୁତ ପିଲା

1 min
342

ବାର ବରଷର ବାଳୁତ ପିଲା ସେ

ଅଇରି ଗୁଳିରେ ମଲା,

ବିଶ୍ବ ଇତିହାସେ ସ୍ବର୍ଣ୍ଣିମ ଅକ୍ଷରେ

ନିଜ ନାମ ଲେଖାଇଲା

ଶତୃଙ୍କୁ ଦେଇଛି ଉଚିତ ଜବାବ

ବାଜି ସିଏ ହାରି ନାହିଁ,

ଶତେକ ସୂର୍ଯ୍ୟର ଶୌର୍ଯ୍ୟ ସିଏ ଅଟେ

ବୀରତ୍ବର ମନ୍ତ୍ର ଗାଇ

ଏ ବୀର ମାଟିର ଅମୃତ ସନ୍ତାନ

ଦେଇଗଲ ବଳିଦାନ,

ଇଂରେଜଙ୍କ ଆଗେ ନଇଁ ନାହଁ ମଥା

ନଡରି ଦେଲ ଜୀବନ

ଓଡିଶା ମାଟିର ଧ୍ବଜା ଉଡାଇଲ

ସମଗ୍ର ବିଶ୍ବ ଆଗରେ,

ବାଜି ଜିତିଗଲ ବାଜି ରାଉତ ହେ

ହାରିନାହଁ ଜୀବନରେ

ପାରି କରିବନି ବିଦେଶୀ ମାନଙ୍କୁ

ସିଧା ସିଧା କହିଦେଲ,

ବିଦେଶୀ ମାନଙ୍କ କ୍ରୋଧର ଶିକାରେ

ଗୁଳି ଯେ ତମେ ଖାଇଲ

ଶତୃର ଗୁଳିକୁ ଡରିନାହଁ ତୁମେ

ସହିଗଲ ଛାତି ପାତି,

ଏହା ଦେଖି ଦେଇ ବିଦେଶୀ ମାନଙ୍କ

ହୃଦୟେ ଭରିଲା ତାତି

ପ୍ରତି ହୃଦୟର ସ୍ପନ୍ଦନରେ ତୁମେ

ଭରିଦେଲ ଦେଶପ୍ରେମ,

ଇତିହାସ ଗାଏ ତୁମ ବୀର ଗାଥା

ନୁହେଁ କେହି ତୁମ ସମ


Rate this content
Log in

Similar oriya poem from Abstract