STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Abstract

2  

ସୌମ୍ଯ ରଞ୍ଜନ ମହାପାତ୍ର

Abstract

ବାପୁଜୀଙ୍କ ଜୟଯାତ୍ରା

ବାପୁଜୀଙ୍କ ଜୟଯାତ୍ରା

1 min
160

ଅଧର୍ମ କାୟା ବିସ୍ତାର ଯେବେ ଭାରତ ବର୍ଷରେ,

ସାଧାରଣ ଜନତା କାତର ଦାରୁଣ ସ୍ପର୍ଶରେ।

ଆର୍ଯ୍ଯାବର୍ତ୍ତେ ବଢ଼ିଚାଲେ ଶ୍ୱେତାଙ୍ଗଙ୍କ ଅତ୍ୟାଚାର,

ଏହିକାଳେ ଜନ୍ମ ହ୍ବନ୍ତି ମହାତ୍ମାଙ୍କ ଅବତାର।।

ମହାତ୍ମା ଗାନ୍ଧୀ ରୂପେ ସମଗ୍ର ଦେଶ କରେ ପୂଜା,

ଉଡ଼ାଇ ଥିଲେ ଭାରତ ବର୍ଷେ ସ୍ଵାଧୀନତା ଧ୍ଵଜା।

ତେଜ୍ଯ କରି ହିଂସା ପନ୍ଥା ହେଲେ ଅହିଂସା ପୂଜାରୀ,

ତା'ରି ବଳେ ସ୍ବାଧୀନତା ଆଣିଲେ ଟାଣି ଓଟାରି।।

ଦେଶ ସକାଶେ ବାରମ୍ବାର କରି କାରାବରଣ,

ସହ୍ଯ କରିଥିଲେ କେତେ ଯେ ଦୁଃଖ କଷ୍ଟ କଷଣ।

ନାନାବିଧ ଧର୍ମଘଟ ପୁଣି ନାନା ଆନ୍ଦୋଳନ,

ଇଂରେଜଙ୍କୁ ତଡ଼ି ଉଡ଼ିଥିଲା ତ୍ରିରଙ୍ଗା କେତନ।।

ଆବାଳବୃଦ୍ଧବନିତା ଡାକନ୍ତି ବାପୁ ନାମରେ,

ସକଳଙ୍କୁ କରନ୍ତି ବଶ ସେ ଅହିଂସା ବଳରେ।

ଆର୍ଯ୍ଯଭୂମି ଭାରତବର୍ଷେ ତାଙ୍କୁ କରି ନାୟକ,

କବି ଲେଖେ କବିତା ପୁଣି ଗଳ୍ପ ଲେଖେ ଗାଳ୍ପିକ।।

ଏଇ ଜଗତରେ ସୂର୍ଯ୍ୟ ଚନ୍ଦ୍ର ଯେତେ ଦିନ ଥିବେ,

ଜନ ମାନସରେ ବାପୁଜୀ ଉଜ୍ଜୀବିତ ରହିବେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract