STORYMIRROR

Shiba Charan Mahapatra

Inspirational

3  

Shiba Charan Mahapatra

Inspirational

ବାପାଙ୍କ କବିତା

ବାପାଙ୍କ କବିତା

1 min
499


ବାପା କବିତା ଲେଖଂତି ନିଜ ପୃଥିବୀରେ ସବୁ ବାପା ପରି,

ସମସ୍ତ ସାମର୍ଥ୍ୟ ଫେଂଟି ନୀରବ ନିଶ୍ଚଳ ସ୍ୱପ୍ନଭଂଗ କବିତା

ମୂର୍ତ୍ତିମଂତ ଦିବ୍ୟ ଚାହାଁଣିରେ ଯେଯାଏଁ ଉତୁରିନି ଗୋଟେ ଶ୍ରେଷ୍ଠତମ କବିତା..!!


କବିତା ଲେଖା ଯାଏନି ଝରଣା ପରି ଲେଖିହୁଏ ଆପେ ନିଜ ବାଟେ 

କହେ ନିଜ କଥା ଗୁରୁ କହିଥିଲେ କିଂତୁ 

ବାପାଙ୍କ କବିତା ନୀୟମ ବିରୋଧକ ଓ କହିପାର ତୁମେ 

ସବୁ ଭଗ୍ନ ଯେବେ ଶବ୍ଦମୟ କୋଳାହଳଗ୍ରସ୍ତ ବାପାଙ୍କ କବିତା ଏତେ ଶାନ୍ତ-

ସରଳ,ଗୁରୁ ଗଂଭୀର.!?

..

..

"ସମୁଦ୍ର, ଜୀବନ, ପ୍ରେମ ବି ଦୃଶ୍ୟମାନ ଶାନ୍ତ ପ୍ରିୟ

ମାନେ ନୁହଁ ଗର୍ଭଗୃହ ମୃତ ଅବା ଝଡ଼ ନିରୋଧକ..!!"


ବାପା କୁହଂତି ଉଜୁଡା ହୃଦୟ ଭିତରେ ଗଚ୍ଛିତ ହୀରା ହସ ,

ସବୁ ରକ୍ତିମ ଅସ୍ତରାଗ ହିଁ ଲେଖଂତି ସ୍ୱପ୍ନାଦେଶ..!

ଯେଯାଏଁ ଗଂଭୀରା ଘର ଅଂଧାର,ନିହାଣ ଶବ୍ଦ କର୍ଣ୍ଣଗୋଚର ଜାଣିବ 

ମୂର୍ତ୍ତି ଗଢ଼ା ଅସମ୍ପୂର୍ଣ୍ଣ ବେରାଗ କବିତାର ସ୍ୱର,

ସମୟ ମୁଗୁର ଭାଂଗି ଚାଲିଥିବ ଯଉବନ ଫୁଲ ବଣ- ପ୍ରସ୍ତର ଶରୀର..!!


ବାପାଙ୍କ କବିତା ଦେଖେନି ଭୋକ,ଶୋକ, ଦୁଃଖ,ଯନ୍ତ୍ରଣା,ହିଂସା,ଦ୍ୱେଷ,ଜାତିବାଦ,କରୁଣ ବିଳାପ..!

ନିସର୍ତ୍ତ ଭଲପାଇବା,ନିର୍ଭେଜାଲ ହସ, ଅଂତରଂଗ ଆତ୍ମିୟତା,ସଂପର୍କ ତାଜାଫୁଲ ଅଂତରାଳେ ବାପା ନାମକ କବିତା ପେଡ଼ି ସାଇତା,

ଅନୁନ୍ମୋଚିତ ଗଂଗଶିଉଳି ଗପ..!!


ବାପା ଲେଖଂତି 

ଅନୁର୍ବରତା ବଂଜାରା ଭୁଇଁରେ ସୁନା ଫୁଲ ଫୁଟାଇବା କଉଶଳ,

ଅସହାୟତା ସପ୍ତଫେଣୀ ସାପ ମୁଂଡେ ନଟରାଜ ନାଚି କିପରି ହଜମ କରିବାକୁ ହୁଏ ଯାବତ୍ ଗରଳ..!!

ବାପା ଲେଖଂତି ଇତିହାସ ପାଲଟୁନଥିବା ଗୋଟେ ସଭ୍ୟତାର ଚିରାଚରିତ ପ୍ରଥା-ଆତ୍ମକଥା ଓ ବିବର୍ତ୍ତନ ସାମର୍ଥ୍ୟ ରଖୁଥିବା ଗୋଟେ ସଫଳ କବିତା..!!


ବାପାଙ୍କ କବିତା 

ସାରା ଆୟୋଜନ,ଆଲୋଡ଼ନ,ତିଳ ତର୍ପଣ,ଅଶ୍ରୁ ଶ୍ରାବଣ, ପରୀକ୍ଷଣ କେବଳ ଗୋଟେ ସଫଳ ଅଂତରୀକ୍ଷ ଉଡାଣ, 

ଯେଯାଏଁ କବିତା ଲେଖିନି ବାପା ହୋଇ ନିଜ ପାଇଁ ଉଡାଣ କାରଣ

ହୁଏତ ଅସମ୍ପୂର୍ଣ୍ଣ ଥାଏ ସବୁ ବାପାଙ୍କ କବିତା ସଙ୍କଳନ..!!




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational