STORYMIRROR

Bhakta Charan Sunani

Inspirational

3  

Bhakta Charan Sunani

Inspirational

ବାପା

ବାପା

1 min
302

ଯେତେ ବି ଝଡ଼ ଆସୁ

ଯେତେ ବି ବାଧା ଆସୁ

ଯେତେ ବି ଦୁଃଖ ଆସୁ

ଯେତେ ବି କଷ୍ଟ ଆସୁ

ତମେ ପାଖେ ଛିଡା ହେଲା ମାତ୍ରକେ

ଛୁ ହୋଇଯାଏ ମୋ ଆଖି ସାମ୍ନାରୁ ସବୁ

ଭରିଯାଏ ହୃଦୟରେ

ଅଦମ୍ୟ ସାହସ

ଅସୀମ ଧୈର୍ଯ୍ୟ

ଅମାପ ନିର୍ଭିକତାର ଶକ୍ତି

ଶିରା ପ୍ରଶିରାରେ ଜୀବନ୍ତ ଇଚ୍ଛାର ସ୍ରୋତ।


ତମେ ହିଁ ମୋ ଆକାଶ

ମୋ ପୃଥିବୀ

ମୋ ସାଗର

ଯେଉଥିପାଇଁ ପ୍ରତିକ୍ଷଣ

ମୁଁ ନିର୍ଭୟରେ ରହେ

ତମ ଆକଟରେ ମୁଁ ଜୀଏଁ

ସ୍ବପ୍ନ ଦେଖେ

ବାଟ ଚାଲେ

ତମ ସ୍ନେହ ଶ୍ରଦ୍ଧା ପ୍ରେମରେ

ତମ ତ୍ଯାଗ ଉତ୍ସାହ ଆଶୀର୍ବାଦରେ

ମୋ ଭବିଷ୍ୟତ ଗଢେ।



Rate this content
Log in

Similar oriya poem from Inspirational