STORYMIRROR

Jayashree Das

Inspirational

4  

Jayashree Das

Inspirational

ବାପା

ବାପା

1 min
284


କର୍ତ୍ତବ୍ୟ ତାଡନା ଅନେକ ଯନ୍ତ୍ରଣା

  ସହି ସହି ଜୀବନରେ,

ବଟବୃକ୍ଷ ପରି ଶୀତଳତା ଦେଇ

  ସମଦୃଷ୍ଟି ପରିବାରେ।


ସବୁରି ଇଛାକୁ ପୂରଣ କରନ୍ତି

  ନିଜକଥା ଭୁଲିଯାଇ,

ସରଳ ହସରେ ଗରଳ ପିଅନ୍ତି

   ସଭିଙ୍କର ହିତ ପାଇଁ।


ସାଜି ନୀଳକଣ୍ଠ ଅସହ୍ୟ ଜ୍ୱାଳାକୁ

   ନୀରବରେ ଆତ୍ମସାତ,

ଦିନରାତି ଏକ କରିଦେଇଥାନ୍ତି

   ଆବୋରି କଠୋର ବ୍ରତ।


ମନ ପ୍ରାଣ ଆତ୍ମା ସମର୍ପି ଦିଅନ୍ତି

  ଗୃହକୁ ମନ୍ଦିର କରି,

ଅଭାବ ଦାରିଦ୍ର କଷାଘାତ ସହି

  ରଫ୍ ଖାତାଟିଏ ପରି।


ଜଟିଳ ଗଣିତ ଜୀବନ ଯାତ୍ରାରେ

  ସୂତ୍ରଟିଏ ବାପା ଶବ୍ଦ,

ସୁରୁଖୁରୁ ହୋଇ ଚଳଇ ସଂସାର

   ବାପା ବିନା ସବୁ ରଦ୍ଦ।


ନୀଳ ଆକାଶରୁ ଆହୁରି ବିସ୍ତୃତ

  ଯାହାଙ୍କ ହୃଦୟ ସୀମା,

ତାଙ୍କ ପାଦତଳେ କୋଟି ପୂଣ୍ୟ ମିଳେ

   ଦୂରହୁଏ ଘନ ଅମା।


ମା 'ର ସିନ୍ଦୁର ଝଟକଇ ପରା

  ମଥାରେ ତପନ ସମ,

ବାପାବୋଲି ଯେଉଁ ଦୁଇଟି ଅକ୍ଷର

   ସେହି ଯେ ପବିତ୍ର ଧାମ।


ପୁତ୍ର ପାଇଁ ବାପା ଦମ୍ଭ ଓ ସାହାସ

   ଅଲିଅଳୀ କନ୍ୟାରତ୍ନ,

ସାତ ସାଗରର ଗଭୀର ହୃଦୟେ

    ସ୍ନେହଭରା ଦିବ୍ୟ ମନ୍ତ୍ର।


ଭୁଲି ନିଜ ସୁଖ ଦିଏ ଯେ ଆନନ୍ଦ

  ତ୍ୟାଗ ପୂତ ସେ ବ୍ୟକ୍ତିତ୍ୱ,

ଆଉ କିଏ ହେବ ଜନ୍ମଦାତା ପରି

   ଚିରନ୍ତନ ସେ ଶାଶ୍ୱତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational