STORYMIRROR

sasmita sarangi

Inspirational Children

3  

sasmita sarangi

Inspirational Children

ବାପା

ବାପା

1 min
130

ବାପା ବୋଲି ଯେଉଁ ଦୁଇଟି ଅକ୍ଷର 

  ସ୍ନେହର ବରଷା ଧାରା ,

ଦେଖିଦେଲେ ପାଶେ ପୁରି ଉଠେ ମନ 

 ହୃଦୟ ଆବେଗ ଭରା ।୧ 


ଜୀବନଟା ସାରା ଖଟିଲେ ଯା ଲାଗି

  ମଣିଷ କରିବା ପାଇଁ ,

ଅମଣିଷ ସିଏ ବାପାକୁ ଆଡାଏ

 ସମ୍ପଦର ମୋହ ପାଇଁ ।୨


ଯୌବନରୁ ଜରା ଲହୁ ନିଗାଡିଲେ 

 ସନ୍ତାନ ସୁଖକୁ ଭାବି ,

ହାତ ପାଇଗଲେ ଧନ ଅରଜିଲେ 

 ବାପାକୁ କରଇ ଛବି ।୩


ପାଖରେ ବସାଇ କେତେ ଗୀତ ଶ୍ଳୋକ

  ବୁଝାଇଥାଆନ୍ତି ନିତି ,

ଭଲ ମଣିଷଟେ କରିବା ପାଇଁକି

 ତୀକ୍ଷ୍ଣ ଦୃଷ୍ଟି ରଖିଥାନ୍ତି ।୪


ବାପା ହାତ ଧରି ବାଟ ଚାଲୁଥିଲେ

 ଝୁଣ୍ଟିବ ନାହିଁ ତ କେବେ ,

ବାପା ଥିଲା ପୁଅ ସଭାରେ ହାରେନି

 କଥା ରହିଅଛି ଭବେ ।୫।



Rate this content
Log in

Similar oriya poem from Inspirational