ବାପା
ବାପା
ମଣିଷ ବଦଳି ଯାଏ
ହେଲେ ହୃଦୟତ ଏମିତି ଚିଜଟିଏ
ଯାହା ସେଇମିତି ଥାଏ
ଚାଳିଶି ବର୍ଷ ରେ ମୁ
ବାପାଙ୍କ ଆଖିରେ ସେଇ ଛୋଟ ଝିଅ
ତାଙ୍କ ସ୍ନେହ ଓ ସଦିଚ୍ଛା କହିପାରିବିନି
ଅନୁଭବ କରେ ଅଜସ୍ର ଗଭୀରତାରେ
ଶରୀର ଅସୁସ୍ଥ ଅବା କର୍ମଜଞ୍ଜାଳ
ଯଦି ଚୁପଚାପ୍ ଆନମନା ହୁଏ କେବେ
ବାପାଙ୍କ ଫୋନ୍ ପାଏ
ବାରମ୍ବାର ସେଇ ଏକାପ୍ରଶ୍ନ
ସବୁ ଠିକ୍ ତ ମାଆ? କିଛି ଅସୁବିଧା ହୋଇନିତ?
ବୋଧହୁଏ ମୋ ନୀରବତାରେ
ତାଙ୍କ ମେରୁହାଡ଼ ଦୋହଲିଯାଏ
ଭଲ ଲାଗୁ ବା ନଲାଗୁ
ବାପା ମତେ ଏବେବି ଚାଲିବା ଶିଖାନ୍ତି
ହୁଏତ ଝୁଣ୍ଟିପଡି ଲହୁ ଲୁହାଣ ହେବି
ଏ ଭାବନାରେ ଚିନ୍ତିତ ରହନ୍ତି
ଜୀବନ ଟା ପ୍ରତ୍ୟେକ କ୍ଷେତ୍ରରେ
ଏକ ବିରାଟ ଚ୍ୟାଲେଞ୍ଜ
ବାପାଙ୍କ ଅଭୟ ହସ୍ତରୁ ଝରୁଥିବା ଆଶୀଷର
ସାନ୍ତ୍ୱନା ରେ ମୁ ଆହୁରି ଚିକ୍-ଚିକ୍ କରେ.....
ତାଙ୍କ ପାଇଁ କରି ନାହିଁ କେବେ କିଛି
ଆଶା ଓ ଭରସା କିନ୍ତୁ ଅନେକ ପାଇଛି
ସେ ମୋ ଠାରୁ ଅଜସ୍ର ଦୂରରେ
ଈଶ୍ୱରଙ୍କୁ ଭରସା ବାପା ଙ୍କୁ
ରଖିଥିବେ ସୁସ୍ଥ ନିରାପଦରେ