Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sasmita sarangi

Inspirational Children

3  

sasmita sarangi

Inspirational Children

ବାପା

ବାପା

1 min
170


ବାପାଙ୍କ ହୃଦୟ ଫୁଲଠୁ କୋମଳ 

    କଥା ପର୍ବତଠୁ ଟାଣ ,

ଏ କଥା କୁ ଯିଏ ମନରେ ହେଜିଛି

    ହସିଛି ସାରା ଜୀବନ ।୧


ବାକ୍ୟ ତ କଠୋର ମନ ନିରିମଳ 

     ଭବିଷ୍ୟ ଉଜ୍ଜ୍ୱଳ ପାଇଁ ,

 ଟାଣ ଲାଗେ ସିନା କଥା କେଇପଦ

     ଦିଅଇ ବାଟ ବତାଇ ।୨ 


 ଆଗେ ଗାଳି ଦେଇ ଲୁଚି ଯେ କାନ୍ଦଇ

    ବେଦନା ନ ଦେଖେ କେହି ,

 ଜୀବନ ଟା ସାରା ଖଟୁଥାନ୍ତି ସେହି

    ଖୁସି ଚେନାଏ କ ପାଇଁ । ୩


 ବାପା ହାତ ଧରି ଚାଲୁଥିଲେ ବାଟ 

     ସହଜେ ପଥ ଲଘିଂବ ,

ସଂସାର ପଥରେ ଝୁଣ୍ଟିବା ଆଗରୁ

    ସଳଖ ବାଟ ଦିଶିବ ।୫


 ସୁଧାରିବା ପାଇଁ ସନ୍ତାନ ଜୀବନ

    ମନକୁ କଠୋର କରି ,

ଘଣ୍ଟ ଘୋଡାଇ କି ପିଲାଙ୍କୁ ରଖନ୍ତି

    ହୃଦରୁ ଅଶ୍ରୁ ନିଗାଡି ।୬


କ୍ଷଣେ ନ ଦେଖିଲେ ବ୍ୟସ୍ତ ବିବ୍ରତ ହୁଅନ୍ତି

    ଡାକି ବସାନ୍ତି ପାଖରେ ,

ବଜାରରୁ କେତେ ମାଲ କିଣିଆଣି

     ଖୁଆନ୍ତି ନିଜ ହାତରେ ।୭


 ବାପାଙ୍କ ହୃଦୟ  ବଖାଣିବା ପାଇଁ

    ନାହିଁ ମୋ ପାଖରେ ଭାଷା ,

ବାପା ହାତ ଧରି ଚାଲୁଥିଲେ ବାଟ

    ହେବନାହିଁ ଲୋକହସା ।୮।

   


Rate this content
Log in

Similar oriya poem from Inspirational