STORYMIRROR

Jyotirmoyee Mohanty

Inspirational

3  

Jyotirmoyee Mohanty

Inspirational

ବାପା

ବାପା

1 min
165

ବାପା ବରଗଛ ପରି ସଦା ଗୁରୁଗମ୍ଭୀର

ସେ କେବେ ଦୁଖୀ ହୁଅନ୍ତିନି, କାନ୍ଦନ୍ତିନି 

ସେ ପରା ବାପା ମହାମାନବଟିଏ ।


ସୂର୍ଯ୍ୟ ଉଦୟ ନ ହେବା ଆଗରୁ ସେ 

ଉଠି ପଡନ୍ତି ଯେ ରାତି ଅଧଯାଏ

ସଦା ସେ କର୍ମତତ୍ପର, ପ୍ରୟାସରତ 

କାହାର କଣ ଦରକାର 

କିଏ କେତେବେ ବେଳେ ସ୍କୁଲ ଯିବ 

କିଏ କେତେବେଳେ ଅଫିସ୍ ରୁ ଫେରିବ

ବାହାରି ପଡନ୍ତି ଗାଡିନେଇ

ସମୟ ହେବା ଆଗରୁ ଯାଇ ପ୍ରତୀକ୍ଷା କରିଥାନ୍ତି।


ଅବସର ପ୍ରାପ୍ତ ହେବାପରେ ବି ସେ

ବିଶ୍ରାମ କ'ଣ ଜାଣନ୍ତିନି

ରାତିରେ ଶୋଇବା ବ୍ୟତୀତ

ନା କେବେ ଥକ୍କିଯାଇଛି ତାଙ୍କପାଦ

ନା ଉଫ୍ ଟିଏ ତାଙ୍କ ପାଟିରୁ ବାହାରିଛି ।


ବାପା ପ୍ରଥମେ ହାତ ଧରି ଚାଲିବା ଶିଖାଇଥାନ୍ତି

ସେ ଚାଲିବାଶିଖାଇବା ଭିତରେ ହିଁ ସବୁକିଛି

ଶିଖାଇ ଥାନ୍ତି ଦୁନିଆଦାରୀ କଣ ?


ଜୀବନ ରାସ୍ତାକେତେ ଜଟିଳ ହେଲେ ମଧ୍ୟ

ତାଲିବାକୁ ପଡିବ 

କେତେ ଝଢ,ଝଞା ଆସିଲେ ଜୀବନେ

ହସି ହସି ସାମ୍ନା କରିବ

ଏ ସବୁ ବାପାଙ୍କର କଥା।


ସତ୍ୟ,ଶାନ୍ତି,ଦୟା,କ୍ଷମାର 

ମୂର୍ତ୍ତୀମନ୍ତ ପିତୁଳା ସେ

ପର ଦୁଃଖେ ଦୁଃଖି 

ପର ସୁଖେ ସୁଖି ହୋଇ 

ମୁହୂର୍ତ୍ତକରେ ପରକୁ ଆପଣାଇ 

ପାରୁଥିବା ସତ୍ତାଟିଏ ବାପା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational