ବାପା
ବାପା


ସବୁ ସନ୍ତାନଙ୍କ ବାପାଙ୍କ ପରି
ଆମ ବାପା ଉପରକୁ ପଥର
ଭିତରେ ମହମ ପରି
ତରଳୁଥାଆନ୍ତି ଅହରହ
ମୃତ୍ୟୁର କେଇଦିନ ପୂର୍ବର
ସେଇ କଥା ମନେପଡେ ଆଜି ବାରମ୍ବାର
ମାଆ ଆଉ କେତେ ବର୍ଷ ରହିଲା ଚାକିରୀ
ଜୋଇଁଙ୍କର ଗଲାଣି,ତୋର?
ପିଲାଦିଟା ଲାଗିଯାଇଥିବେ ଟି ଜିଟୁ ରିଟୁ ମୋର.
ସାଇତି ରଖିଥାନ୍ତି ମୁଁ ଦେଇଥିବା ଚିଠି
ପୁଅ ଝିଅ ଦେଇଥିବା ନବବର୍ଷ ଗ୍ରୀଟିଙ୍ଗସ
ଦେଖୁଥାନ୍ତି ଖରାକୁ କରି ପିଠି
ନମ୍ବର ଦେଉଥାଆନ୍ତି ଘସିବାର ମଜା ପାଇ ତାଙ୍କଠି
ଯାହା ଆଜି ମନେରଖି ସେମାନେ କୁହାକୁହି
ମୋ ଆଖିରେ ଅତୀତ ଉଠେ ଚେଇଁ
ଆମେ ସମସ୍ତେ ସନ୍ତାନ ହେଲେ ମୁଁ ପା ବଡ଼
ମୋ ମୁଁହରେ ରଡ଼ କିନ୍ତୁ ସହିଛି କେତେ ଝଡ଼
ବାପାଙ୍କ ଝିଅ ବୋଲି ମୋର ଭାରି ଗର୍ବ
ସବୁ ଚୁନା ହୋଇଗଲାଣି ଏଣିକି ମୁଁ ଏଥର୍ବ
ତଥାପ
ି ଶୁଭୁଛି ଡାକ ରେବାରେ ରେବାରେ
କେତେ ଆବେଗରେ ମୁଁ ଆଜି ବି ଦୁଆରେ
ଆସୁଥିବେ କି ମୋ ବାପା
ତାଙ୍କର ସବୁ ଖପା
ଆଞ୍ଜୁଳିରେ ତୋଳି ନେଇ
କହିବି କଥା ଡାକିବି ବାପା ବାପା ବାପା
ମୁଁ ଘଷିଦେବି ତୁମ ବିନ୍ଧୁଥିବା ଗୋଡ଼
ଆଣିଛି ସୋରିଷତେଲ ରସୁଣଫୁଟା
ଧରି ରସ ଗିନା ପା
ହେଲେ ତମେ ଆଉ ଆସୁନ
ପୁରୀରୁ ଯାଇ ଗୟା ସାଗରେ ରହି ବି ସ୍ମୃତିରୁ ଯାଇନ
ଆଖି ଛୁଁଉଁଛି କାନ ଧରୁଛି ବାପା
ମୋ ଉପରେ ହେବନି ଜମା ବି ଖପା
ମୁଁ ତୁମ ରେବା ରେବୁନି ତୁମ ଚିଠିସବୁ ସାଇତି
ଜୀବନ୍ତ କରି ସବୁ ସ୍ମୃତି
ଭାବିଛି ବହିଖଣ୍ଡେ କରିବି ମରିବା ପୂର୍ବରୁ
ବିହି ଓ ବହି ଆଗ କିଏ ପଛ ଜାଣିବା ପୂର୍ବରୁ
ଆଉଥରେ ଚିଠି ଖଣ୍ଡେ ଦେବ ବାପା!
ତୁମ ଅକ୍ଷର ଦେଖି ତୁମ ଆଦେଶ ମାନି
ପଢୁଥିବି ଆଖିରୁ ବହୁଥିବା ଯାଏଁ ଦୁଇ ଟୋପା