STORYMIRROR

jyotsna mayee panda

Inspirational

4  

jyotsna mayee panda

Inspirational

ବାପା ତୁମେ

ବାପା ତୁମେ

1 min
194

ବାପା ତୁମେ ଧର୍ଯ୍ୟ ର ପାହାଡ଼ ଟିଏ..

ତୁମେ ସହନଶୀଳତା, ତ୍ୟାଗ ର ମୂର୍ତ୍ତି ଟିଏ..

ତୁମେ ମୋତେ ସଂସ୍କାର ଦେଇ ଗଢ଼ିଥିବା ଶିଳ୍ପୀ ଟିଏ..

ବାପା ତୁମେ ମୋପାଇଁ କେତେବେଳେ ଦିଅଁ

ତ କେତେବେଳେ ମନ୍ଦିର ଟିଏ...

ସେଥିପାଇଁ ତୁମେ ମୋ ଚଳନ୍ତି ଠାକୁର ଟିଏ ll


ବାପା ତୁମେ ମୋ ପାଇଁ..

ସେଇ କଳ୍ପବଟ ର ଛାଇ...

ତୁମର ହାତର ପ୍ରତ୍ୟେକ ସ୍ପର୍ଶ ରେ...

ଯେମିତି ଯାଦୁ ଭରିଥାଏ...

ମୋ ଜୀବନ କୁ ସୁନ୍ଦର କରି ଗଢିଵା ପାଇଁ .. ll


ତୁମର ପ୍ରତ୍ୟେକ ଶବ୍ଦ ବେଦ ର ମନ୍ତ୍ର ସ୍ୱରୂପ

ତୁମେ ମୋ ପାଇଁ ଏକ ଅବର୍ଣ୍ଣନୀୟ ରୁପ..

ତୁମ ଆଦର୍ଶ ରେ ଆଜି ମୋ ଜୀବନ ଆଲୋକିତ

ତୁମ ସ୍ନେହ ସୌହର୍ଜ୍ଜ ରେ ଆଜି ମୁଁ ରୁଦ୍ଦିମନ୍ତ ll


ଆଜି ମୋ ସ୍ମୃତି ରେ ଯେମିତି ତୁମର..

ସୁନ୍ଦର ଛବି ସବୁଦିନ ପାଇଁ ଅଜ୍ଜୀବିତ..

ତୁମର ପ୍ରତ୍ୟେକ ଉପଦେଶ...

ଆଜି ମୋ ଜୀବନଶୈଳୀ ରେ ପ୍ରତିଫଳିତ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational